ସେନା କଣ ସିଭିଲିଆନଙ୍କ ଉପରେ

Spread the love

 ଆମକୁ ଛୋଟ ପିଲା ଭାବନି। ସେନାକୁ ଏଭଳି ଶବ୍ଦରେ କାହିଁକି ଭର୍ତ୍ସନା କଲେ ସୁପ୍ରିମକୋର୍ଟ। ଜଣେ ଆର୍ମି ଅଫିସରଙ୍କ ଏମିତି କି ଆଚରଣ ଦେଖିଲେ କି କୋର୍ଟ, ତାଙ୍କୁ କେବଳ ତାଗିଦ୍ କଲେନି। ବରଂ କଡ଼ା ଭାଷାରେ କୋର୍ଟରେ ଯାହା ତାହା ଦଲିଲ୍ ଦେଖାଇ ନିଜକୁ ଭଲେଇ ହେବାକୁ କରୁଥିବା ଅପପ୍ରୟାସରେ ଅଙ୍କୁଶ ଲଗାଇଲେ। ପାଲଟା ଆର ଥରକୁ ସିଧା ଜେଲ୍ ପଠାଇଦେବେ ବୋଲି ଚେତାବନୀ ଦେଇଛନ୍ତି ଅଦାଲତ। ଟ୍ରାଏଲ କୋର୍ଟ ଓ ହାଇକୋର୍ଟର ନିର୍ଦେଶକୁ ଅନୁପାଳନ  କରିନଥିବାରୁ ଜଣେ ସେନା ଅଧିକାରୀଙ୍କୁ ଏଭଳି ଅଦାଲତରୁ ଭର୍ତ୍ସନା ଶୁଣିବାକୁ ମିଳିଛି। ମାମଲାଟି ସିକନ୍ଦରାବାଦ୍ ରେ ଥିବା ତେଲେଙ୍ଗାନା-ଆନ୍ଧ୍ର ସବ୍‌ ଏରିଆ ପାଖରେ ଥିବା ଜମି ସମ୍ପର୍କିତ ବିବାଦ। ଟ୍ରାଏଲ କୋର୍ଟ ଓ ହାଇକୋର୍ଟ ଜଣେ ସାଧାରଣ ନାଗିରକଙ୍କୁ ଜମି ହସ୍ତାନ୍ତର ଲାଗି ନିର୍ଦେଶ ଦେବା ସତ୍ତ୍ୱେ ସେନା ଅଧିକାରୀ ଶୁଣିଲେନି। ଯାହାକୁ ନେଇ ସୁପ୍ରିମକୋର୍ଟ ବର୍ଷିଛନ୍ତି।

ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜେଲ୍‌ ପଠାଇନାହାନ୍ତି ଅବଶ୍ୟ ସର୍ବୋଚ୍ଚ ଅଦାଲତ। କିନ୍ତୁ ସଫା ସଫା ଶୁଣେଇ ଦେଇଛନ୍ତି କି, ଯଦି ଭବିଷ୍ୟତରେ ତାଙ୍କ ବିରୁଦ୍ଧରେ ପୁଣି କୌଣସି ଅଭିଯୋଗ ମିଳେ, ତେବେ ଜେଲ୍ ଯିବା ନିଶ୍ଚିତ। ଏତିକିବେଳେ ସଲିସିଟର ଜେନେରାଲ ସେନା ସପକ୍ଷରେ କିଛି ଦସ୍ତାବିଜ୍ ଅଦାଲତ ଆଗରେ ରଖିବାକୁ ପ୍ରୟାସ କରୁଥିଲେ। ତ କୋର୍ଟ ସଲିସିଟର ଜେନେରାଲଙ୍କୁ ବି ଛାଡ଼ିଲେନି। ଆମେ ଛୋଟ ପିଲା ନୋହୁଁ। ଯିଏକି ଏ ସବୁ ଦଲିଲ୍ ଉପରେ ବିଶ୍ୱାସ କରିବେ। କାରଣ ସଲିସିଟର ଜେନେରାଲ ଦର୍ଶାଇବାକୁ ଚାହୁଁଥିଲେ କି, ସେନାକୁ ଲାଗିଥିଲା ସିଭିଲିଆନଙ୍କ ଜମିର ମାପଚୁପ ହୋଇନି ଓ ସଶସ୍ତ୍ର ବଳ ଅଫିସର ଜମିକୁ ମାଡ଼ି ବସିଛନ୍ତି। ମାମଲାଟି ସେନା ଓ ସିଭିଲିଆନ ବିବାଦକୁ ନେଇ ଥିଲା। ସିକନ୍ଦରାବାଦରେ ତେଲେଙ୍ଗାନା-ଆନ୍ଧ୍ର ସବ୍ ଏରିଆ ବା ଟାସା ଜଣେ ସାଧାରଣ ନାଗରିକଙ୍କ ଜମି ଉପରେ ଥିବା ପାଚେରୀକୁ ଭାଙ୍ଗି ଦେଇଥିଲେ। ୯ ଏକର ପରିମିତ ଜାଗାରେ ଏହି ବିବାଦୀୟ ଜମି ଅଛି। ସିକନ୍ଦରାବାଦ ଟ୍ରାଏଲ କୋର୍ଟ ସିଭିଲିଆନଙ୍କ ସପକ୍ଷରେ ରାୟ ଦେଇଥିଲେ। ଜମିକୁ ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର ସହ ତାଙ୍କ ପାଚେରୀକୁ ସେନା ନିଜ ଖର୍ଚ୍ଚରେ ନିର୍ମାଣ କରିବ। ସେନା ଟ୍ରାଏଲ କୋର୍ଟର ରାୟ ବିରୁଦ୍ଧରେ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟରୁ ବି ଝଟକା ଖାଇଥିଲା ସେନା। ଏହା ପରେ ସେନା ସୁପ୍ରିମକୋର୍ଟ ଯାଇଥିଲା। ସେନା ସହ କେନ୍ଦ୍ର ସରକାର ମିଳିତ ଭାବେ ସର୍ବୋଚ୍ଚ ଅଦାଲତରେ ରାୟ ବିରୁଦ୍ଧରେ ଅପିଲ୍ କରିଥିଲେ। ଆଉ ସବୁ ପକ୍ଷର ଶୁଣି ଟ୍ରାଏଲ କୋର୍ଟ ଓ ହାଇକୋର୍ଟର ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଟାସାର ଜେନେରାଲ କମାଣ୍ଡିଂ ଅଫିସର ବା ଜିଓସିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି ଏଭଳି ଅଭିଯୋଗର ପୁନରାବୃତ୍ତି ହୁଏ, ତେବେ ସିଧା ଜେଲ୍ ପଠାଇଦେବେ ବୋଲି ତାଗିଦ୍ କରିଛନ୍ତି ଅଦାଲତ। ତଳୁ ନେଇ ଉପରକୋର୍ଟ ଯାଏ, ସବୁଠି ହାରିଲା ସେନା। ସେନା ବୋଲି ସିଭିଲିଆନଙ୍କୁ କଅଣ ବେଆଇନ ଭାବରେ ବେଦଖଲ କରିବ କି ବୋଲି କଡ଼ା ଭାଷାରେ ପଚାରିଥିଲେ ଅଦାଲତ। ଏଭଳି ବେଆଇନ କାମ କରିଥିବା ଅଫିସରଙ୍କ ନାଁ କୁହ। ଅଦାଲତ ସେମାନଙ୍କୁ ଜେଲ୍ ପଠାଇବ। ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା, ଜଷ୍ଟିସ କୃଷ୍ଣା ମୁରାରୀ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ କଥା ବି କହିଛନ୍ତି କି, ସଶସ୍ତ୍ର ବଳ ଦେଶର ରକ୍ଷା ପାଇଁ ଥାଏ। ନା କୌଣସି ବ୍ୟକ୍ତିର ଅହଂକାର ପାଇଁ ନିଜର ଶକ୍ତି ଓ ତାକତର ଦୁରୁପଯୋଗ କରେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *