ପୁଣି ଚୀନ- ଭାରତ ଯବାନ ମୁହାଁମୁହିଁ

Spread the love

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ନିକଟବର୍ତ୍ତୀ ଏଲଏସିରେ  ଡିସେମ୍ବର ୯ ତାରିଖରେ ପୁଣି ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି।  ଏଥିରେ ୩୦ରୁ ଅଧିକ ଉଭୟ ପକ୍ଷର ଯବାନ ଆହତ ହୋଇଛନ୍ତି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଏପରି ଘଟିଛି। ଏହା ପରେ ଘଟଣାସ୍ଥଳରୁ ସେଠାରେ ପୁନଃ ଶାନ୍ତି ଫେରାଇ ଆଣିବାକୁ ଉଭୟ ସେନା ପକ୍ଷରୁ ଫ୍ଲାଗ ମିଟିଂ ହୋଇଛି।

ଅରୁଣା ଚଳ ପ୍ରଦେଶର ଏଲଏସି ନିକଟର ତୱାଙ୍ଗ ସେକ୍ଟରର କିଛି ଅଞ୍ଚଳ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଉଭୟ ସେନା ପକ୍ଷରୁ ନିୟମିତ ପାଟ୍ରୋଲିଂ  ବେଳେ ମୁହାଁମୁହିଁ ହୋଇଛନ୍ତି ଉଭୟ ସେନା। ଏହି ପ୍ରକ୍ରିୟା ୨୦୦୬ରୁ ଚାଲି ଆସୁଛି। 

 ଏହା ପୂର୍ବରୁ ୨୦୨୦ ଜୁନ ମାସରେ ଉଭୟ ସେନା ମଧ୍ୟରେ ଗଲୱାନରେ ଲଢେଇ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଦୀର୍ଘ ଦିନ ଧରି ଉଭୟ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। 

Leave a Reply

Your email address will not be published. Required fields are marked *