ମହିଳା ଫାୟାର ବ୍ରିଗେଡ ନିଯୁକ୍ତି ବେଳେ ଧସ୍ତାଧସ୍ତି

Spread the love

ମୁମ୍ବାଇ: ମୁମ୍ବାଇ ମହିଳା ଫାୟାର ବ୍ରିଗେଡ ନିଯୁକ୍ତି ବେଳେ ଆଶାୟୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ। ମହିଳା ଆଶାୟୀ ପରୀକ୍ଷା ଦେବାକୁ ଆସିଥିବା ବେଳେ ପୁଲିସ ସହ ହୋଇଥିଲେ ମୁହଁମୁହିଁ। ଫଳରେ ମହିଳାଙ୍କ ଉପରେ ଲାଠି ଚାର୍ଜ କରିଛି ପୁଲିସ। ମୁମ୍ବାଇ ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଭାଗରେ ମହିଳାଙ୍କ ନିଯୁକ୍ତି ପାଇଁ ଶନିବାର ପରୀକ୍ଷାର ଆୟୋଜନ ହୋଇଥିଲା ଓ ୩ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପରୀକ୍ଷା ପାଇଁ ଚୟନ କରାଯାଇ ସାରିଥିଲା। ପରୀକ୍ଷା ପାଇଁ ସକାଳ ୮ଟାରୁ ୧୦ଟା ସମୟ ନିର୍ଦ୍ଧାରଣ କରାଯାଇଥିବା ବେଳେ ୧୦ଟା ପରେ ବହୁ ସଂଖ୍ୟାରେ ଆଶାୟୀ ପହଞ୍ଚିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ପାର ହୋଇଥିବାରୁ ସେମାନଙ୍କୁ ପରୀକ୍ଷାରେ ସାମିଲ କରାଯାଇ ନଥିଲା। ଯାହାକୁ ନେଇ ଆଶାୟୀମାନେ ପୁଲିସ ବାରଣକୁ ମାନି ହଲ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ଓ ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *