ପୁଣେ: ଶନିବାର ଦିନ ମହାରାଷ୍ଟ୍ରର ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ଥିତି ଗୁରୁତର ରହିଥିବା ସୂଚନା ରହିଛି।
ପ୍ରଥମେ ପୁଣେର ଭୀମା କୋରେଗାଓଁ ଅଞ୍ଚଳରେ ଥିବା ଏକ ଏହାର ଫିଲ୍ଟର କମ୍ପାନୀରେ ନିଆଁ ଲାଗିବା ନେଇ ଅଗ୍ନିଶମ ବାହିନୀକୁ ଖବର ମିଳିଥିଲା। ପୁଣେ ଅଗ୍ନିଶମ ବିଭାଗ ପକ୍ଷରୁ ୬ ଟି ଅଗ୍ନିନିର୍ବାପକ ଗାଡିକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଏହି ଘଟଣାରେ ଦୁଇଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଶନିବାର ଦିନ ଏହି ଦୁର୍ଘଟଣା ଘଟିଛି। ଅନ୍ୟପଟେ ମୁମ୍ବାଇର ଘାଟକୋପରେ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କୁ ଶ୍ବାସ ପ୍ରଶ୍ବାସରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଥିଲା। ତେବେ ସମସ୍ତ ୨୨ ଜଣଙ୍କୁ ପ୍ରାଥମିକ ଚିକତ୍ସା ପରେ ରିଲିଜ କରାଯିବ ବୋଲି କହିଛନ୍ତି ଅଧିକାରୀ। ପ୍ରାରମ୍ଭିକ ଅବସ୍ଥାରେ ହସ୍ପିଟାଲରେ ଅଗ୍ନିକାଣ୍ଡକୁ ନେଇ ଅଗ୍ନିଶମ ବିଭାଗକୁ ସୂଚନା ମିଳିଥିଲା। ତେବେ ସେହି ନିଆଁ ହସ୍ପିଟାଲ ନିକଟବର୍ତ୍ତୀ ଏକ କୋଠାରେ ଲାଗିଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଅଧିକାରୀ। ଏହି ନିଆଁ ବିଶ୍ବାସ ଆପାର୍ଟମେଣ୍ଟର ଜୁନୋ ପିଜ୍ଜା ହୋଟେଲରେ ଲାଗିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now