ବିହାର ବେଗୁସରାଇରେ ଗୁଳିକାଣ୍ଡ

Spread the love

ପାଟନା: ବିହାରର ବେଗୁସରାଇ ଅଞ୍ଚଳରେ ମଙ୍ଗଳବାର ଘଟିଛି ଗୁଳିକାଣ୍ଡ। ଏଥିରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ବେଗୁସରାଇରେ ଗୁଳିକାଣ୍ଡରେ ୨ ଜଣ ଆହତ ଅବସ୍ଥାରେ ତେଘ୍ରା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଡାକ୍ତର କହିଛନ୍ତି।

ପୁଲିସ ଅନୁଯାୟୀ, ଦୁଇ ବାଇକ ଆରୋହୀ ଦ୍ରୁତ ବେଗରେ ଆସି ଆଖିବୁଜା ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଛନ୍ତି। ଏଥିରେ ବହୁ ଲୋକ ଆହତ ହୋଇଥିବା ଏଏନଆଇ ରିପୋର୍ଟରୁ ପ୍ରକାଶ। ଘଟଣାରେ ପୁଲିସ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *