ବଡ଼ଗାମରୁ ଲସ୍କର-ଏ-ତୋୟବା ସହିତ ଯୋଡ଼ିଥିବା ଚାରି ଆତଙ୍କବାଦୀ ସହଯୋଗୀ ଗିରଫ

Spread the love

ବଡ଼ଗାମ : ବଡ଼ଗାମରୁ ସୁରକ୍ଷାବଳ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଲସ୍କର-ଏ-ତୋୟବା ସହିତ ଜଡିତ ଥିବା  ଚାରି ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କ ପାଖରୁ ଆପତିଜନକ ସାମଗ୍ରୀ ଜବତ କରିଛି । ପୋଲିସ୍ ଏକ ବୟାନରେ କହିଛନ୍ତି ଯେ ପୋଲିସ୍ ସେନାର ୬୨ ଆର୍‌ଆର୍ ସହିତ ମିଶି ଜିଲ୍ଲା ବଡ଼ଗାମର ବୀରବାହ ଅଂଚଳରୁ ୪ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି । ଧରାପଡ଼ିଥିବା ସହଯୋଗୀଙ୍କ ପରିଚୟ ମୁସ୍ତାକ ଅହମ୍ମଦ ଲୋନ୍ ପୁତ୍ର ଅବ୍‌ଦୁଲ ରଶୀଦ ଲୋନ୍ ନିବାସୀ ଗୋଡିପୋରା ବୀରବାହ, ଅଜହର ଅହମ୍ମଦ ମୀର ପୁତ୍ର ନଜିର ଅହମ୍ମଦ ମୀର ନିବାସୀ ଚେବଦାରା ବୀରବାହ, ଇରଫାନ ଅହମ୍ମଦ ସୋଫି ପୁତ୍ର ଅବ୍‌ଦୁଲ ରଶୀଦ ସୋଫି ନିବାସୀ ଅରବାହ ବୀରବାହ ଏବଂ ଅବରାର ଅହମ୍ମଦ ମଲିକ ପୁତ୍ର ଅବ୍‌ଦୁଲ ଅରବାହ ବୀରବାହ ନିବାସୀ ଅହଦ ମଲିକ ରୂପରେ ହୋଇଛି ।

ସେ କହିଛନ୍ତି ଯେ ଏହି ଚାରି ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋୟବା ସହିତ ଜଡିତ ଅଛନ୍ତି । ସେମାନଙ୍କ ପାଖରୁ ଆପତିଜନକ ସାମଗ୍ରୀ ଜବତ କରାଯାଇଛି । ସମସ୍ତ ଜବତ ସାମଗ୍ରୀକୁ ଆଗକୁ ଯାଂଚ ପାଇଁ କେଶ ରେକର୍ଡ଼ରେ ନିଆଯାଇଛି । ଏହି ସନ୍ଦର୍ଭରେ ପୋଲିସ୍ ଷ୍ଟେସନ ବୀରବାହରେ କାନୁନ୍‌ର ସମ୍ବନ୍ଧିତ ଧାରା ଭାବେ ମାମଲା ରୁଜୁ କରାଯାଇଛି ଏବଂ ଯାଂଚ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *