ପଞ୍ଚଭୂତରେ ବିଲୀନ ହେରାବେନ

Spread the love

ଗାନ୍ଧୀ ନଗର: ପଞ୍ଚଭୂତରେ ବିଲୀନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ। ଗାନ୍ଧୀ ନଗର ଶ୍ମଶାନରେ ପରିବାର ଲୋକଙ୍କ ଉପସ୍ଥିତିରେ ନିରାଡମ୍ବରରେ ହୀରା ବେନଙ୍କ ଶେଷକୃତ ସମ୍ପନ୍ନ ହେଲା। ପ୍ରଧାନମନ୍ତ୍ରୀ ଭାଇମାନଙ୍କ ସହ ମୁଖାଗ୍ନି ସଂଯୋଗ କରିଥିଲେ।

ଏହି ଅନ୍ତିମ ସଂସ୍କାରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସାମିଲ ହୋଇଥିଲେ। ଶୁକ୍ରବାର ଭୋର ୩.୩୦ରେ ହୀରାବେନଙ୍କ ୧୦୦ ବର୍ଷ ବୟସରେ ପ୍ରାଣବାୟୁ ଉଡିଯାଇଥିଲା। ମାଙ୍କ ଅନ୍ତିମ ଯାତ୍ରାରେ ମୋଦି କାନ୍ଧ ଦେଇଥିଲେ ମାଙ୍କୁ। 

ବୁଧବାର ସକାଳେ ହୀରା ବେନଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଅହମଦାବାଦରେ ଥିବା ସୁପର ସ୍ପେଶାଲିଟି ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତରମାନେ କହିଥିଲେ। କିନ୍ତୁ ଆଜି ଭୋର ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ଗୁଜୁରାଟ ନିର୍ବାଚନ ପ୍ରଚାର ବେଳେ ଡିସେମ୍ବର ୪ ତାରିଖରେ ଶେଷଥର ପାଇଁ ମା’ଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *