ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଲୋନି ଥାନା ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ଏକ କୋଠା ଭୁଶୁଡି ପଡିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ମହିଳାଙ୍କ ସହ ୧ ଶିଶୁ ରହିଛି। ଭଙ୍ଗା କାନ୍ଥ ତଳୁ ୫ ଜଣଙ୍କୁ ବାହାର କରାଯାଇଛି। ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏହି ଦୁର୍ଘଟଣା ହୋଇଛି।
ଦୁଇ ଦିନ ପୂର୍ବରୁ ଅକ୍ଟୋବର ୩ ତାରିଖ ବିଳମ୍ବିତ ରାତିରେ ଲକ୍ଷ୍ନୌରେ ଏକ ସିଲିଣ୍ଡର ଫାଟିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଲକ୍ଷ୍ନୌଠାରୁ ଅଳ୍ପ ଦୂର ବରଗଦୀ ଗାଁରେ ରାତିରେ ଅଚାନକ ଏକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା।
ଗତବର୍ଷ ବିହାରର ବାଙ୍କାରେ ମଧ୍ୟ ଏହିପରି ଏକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ସମସ୍ତ ଶିଶୁ ଗୋଟିଏ ପରିବାରର ଥିଲେ। ଏହା ପୂର୍ବରୁ ବିହାରର ନବଗଛିୟାରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ୨୦ଟି ବିସ୍ଫୋରଣ ହୋଇଥିଲା। ସେଠାରେ ଥିବା ଦୋକାନଗୁଡିକରେ ନିଆଁ ଲାଗିଯିବାରୁ ନିଆଁ ଆୟତ କରିବା କଷ୍ଟକର ହୋଇପଡିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now