ପୁଣି ବଢିଛି ଘରୋଇ ଏଲପିଜି ସିଲିଣ୍ଡର ଦର

Spread the love

ଭୁବନେଶ୍ୱର: ଖାଉଟିଙ୍କୁ ମହଙ୍ଗା ମାଡ଼ । ପୁଣି ବଢିଛି ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦର। ୧୪.୦୨କେଜି ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ପାଇଛି। ଗ୍ୟାସ ସିଲିଣ୍ଡରର ଦର ୧ହଜାରେ ୨୯ ଥିବା ବେଳେ ବର୍ତ୍ତମାନ ୧ହଜାର ୭୯କୁ ବୃଦ୍ଧି ହୋଇଛି। ଏଥିସହ ଦିଲ୍ଲୀରେ ଆଜିଠୁ ଏଲପିଜି ସିଲିଣ୍ଡରର ଦର ୧ହଜାରେ ୦୫୩ ଟଙ୍କାରେ ପହଞ୍ଚିଛି। ୫ କେଜି ଏଲପିଜି ସିଲିଣ୍ଡରର ଦର ୧୮ ଟଙ୍କା ବଢିଛି। ସେପେଟ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡିରର ଦର ୮ଟଙ୍କା ୫୦ ପଇସା କମିଛି। ଏହ ପୁର୍ବରୁ ମେ ୧୯ ତାରିଖରେ ମଧ୍ୟ ଏଲପିଜି ସିଲିଣ୍ଡରର ମୂଲ୍ୟ ୪ ଟଙ୍କା ବୃଦ୍ଧି ପାଇଥିଲା । ଗତ ଜୁନ ୧୭ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବଢ଼ିଥିଲା ।

ଏହି ମୂଲ୍ୟ ବୃଦ୍ଧି ପରେ ୧୪ କେଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୯୯୯ଟଙ୍କା ରହିଥିଲା । ଜୁନ ମାସ ପୁର୍ବରୁ ଗତ ମେ ୭ ତାରିଖରେ ମଧ୍ୟ ଘରୋଇ ଗ୍ୟାସ ଦର ୫୦ ଟଙ୍କା ବଢ଼ିଥିଲା । ତେବେ ବାରମ୍ବାର ଗ୍ୟାସ ଦର ବୃଦ୍ଧି ପାଇବା ପରେ କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କିରେ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଗରିବ ଓ ଖଟିକିଆଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡା ବୋଲି କହିଛନ୍ତି ଖାଉଟି ।

କେବଳ କଟକ ଜିଲ୍ଲା ନୁହେଁ ମୟୁରଭଂଜ ଓ ଟିଟିଲାଗଡରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଗ୍ୟାସ ଦର ବୃଦ୍ଧି ଯୋଗୁଁ ପରିବାରର ବଜେଟ ସମ୍ପୁର୍ଣ୍ଣ ବିଗାଡି ଦେଇଥିବା ବେଳେ ପୁଣି ଥରେ କାଠ ଚୁଲି ମୂହାଁ ଗରିବ ଶ୍ରେଣୀର ଲୋକେ । ବାରମ୍ବାର ଗ୍ୟାସ ସିଲିଣ୍ଡର ବୃଦ୍ଧିର ପ୍ରଭାବ ହାଣ୍ଡିଶାଳ ଉପରେ ପଡୁଥିବା ବେଳେ ଗରିବଙ୍କ ପାଇଁ ସରକାରଙ୍କ ଏହା ଉପହାସ ମନେ ହେଉଛି ।

Leave a Reply

Your email address will not be published. Required fields are marked *