ଘଟଗାଁରେ ଚାରିଦିନଧରି ସୁନାବେଶରେ ଦର୍ଶନ ଦେବେ ମା ତାରିଣୀ

କେନ୍ଦୁଝର ଜିଲ୍ଲା ଘଟଗାଁ ମାତାରିଣୀଙ୍କର ଆଜି ଅନୁଷ୍ଠିତ ହେଉଛି ସୁନାବେଶ। ଆଜି ଦଶହରା ଅବସରରେ ଘଟଗାଁ ମାତାରିଣୀଙ୍କ ପୀଠରେ ଅନୁଷ୍ଠିତ ହେଉଛି ମହାସପ୍ତମୀ ପୂଜା। ଏହି ଅବସରରେ ଆଜି ସକାଳୁ ସ୍ଵତନ୍ତ୍ର ରୀତିନୀତିରେ ମାଙ୍କର ପୂଜାର୍ଚ୍ଚନା ହୋଇ ସୁନାବେଶରେ ଦର୍ଶନ ଦେଉଛନ୍ତି ମା। ଆଜିଠାରୁ ଦଶହରା ଯାଏଁ ୪ ଦିନ ଧରି ମା ସୁନାବେଶରେ ଦର୍ଶନ ଦେବେ। ଏପଟେ ମନ୍ଦିର ପରିସରରେ ଦେବୀ ଦୁର୍ଗାଦଶଭୁଜାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ସେପଟେ ମଣ୍ଡପଗୁଡିକରେ ଆଜି ମହାସପ୍ତମୀ ପୂଜା ବହୁ ଧୁମଧାମରେ ପାଳିତ ହେଉଛି। ମାଙ୍କ ଆଗମନରେ ପୁରପଲ୍ଲୀ ଉତ୍ସବମୁଖର ହୋଇପଡିଛି। ତେବେ ମାଙ୍କ ଏହି ଦିବ୍ୟ ରୂପକୁ ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ସକାଳଠାରୁ ଭକ୍ତମାନେ ବହୁ ଦୂରଦୂରାନ୍ତରୁ ଆସି ମାଙ୍କ ପାଖରେ ଭୋଗ ଲଗେଇ ଦର୍ଶନ କରିଯାଉଛନ୍ତି। ତେବେ ଭକ୍ତମାନେ ମାଙ୍କର ଏହି ଦିବ୍ୟ ରୂପକୁ ଦୀର୍ଘ ଚାରିଦିନ ଧରି ଦର୍ଶନ କରିପାରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *