ଆରମ୍ଭ ହେଲା ଗ୍ଲୋବାଲ ଟେକ୍ନୋଲୋଜି ସମିତି ୨୦୨୨

Spread the love

ନୂଆଦିଲ୍ଲୀ: ସପ୍ତମ ଗ୍ଲୋବାଲ ଟେକ୍ନୋଲୋଜି ସମିତିର ଶୁଭାରମ୍ଭ ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏହି ତିନି ଦିନିଆ ସମିତିରେ ଟେକ୍ନୋଲୋଜି, ସରକାର, ସୁରକ୍ଷା, ଅନ୍ତରୀକ୍ଷ, ଷ୍ଟାର୍ଟଅପ, ଡାଟା, ଆଇନ, ଲୋକ ସ୍ବାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ଏକାଡେମିକ ଓ ଆର୍ଥିକ ମୁଦ୍ଦାରେ ବିଶ୍ବର ଜଣାଶୁଣା ବୁଦ୍ଧିଜୀବୀ ନିଜ ବିଚାର ରଖିବେ। ଟେକ୍ନୋଲୋଜି ତଥା ତାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେବ। ଏହା ଭାରତ ଓ କାର୍ନେଗି ଇଣ୍ଡିଆ ଦ୍ବାରା ଆୟୋଜିତ ହୋଇଛି।

ଗ୍ଲୋବାଲ ଟେକ୍ନୋଲୋଜି ସମିତି ୨୦୨୨ କାର୍ଯ୍ୟକ୍ରମର ଆରମ୍ଭରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସମ୍ବୋଧିତ କରି କହିଛନ୍ତି କି, ଭାରତର ଉଦୟ ଭାରତୀୟ ଟେକ୍ନୋଲୋଜିର ଉଦୟ ସହ ଜଡିତ। ଆମ ଭାରତର ଭୁ-ରାଜନୈତିକ ସ୍ଥିତିକୁ ଦେଖୁଛୁ, ତେଣୁ ଏହା ରାଜନୀତି, ଶକ୍ତି, ଅର୍ଥଶାସ୍ତ୍ରର ପ୍ରକୃତ ମୂଲ୍ୟାଙ୍କନ ହେବା ଦରକାର, କିନ୍ତୁ  ଦ୍ରୁତତାରେ ଆମର ଟେକ୍ନିକାଲ ହିତ ନିହିତ ଅଛି। ଜୟଶଙ୍କର ଆହୁରି କହିଛନ୍ତି କି, ଆମର ଡାଟା କେଉଁଠିକୁ ଯାଉଛି ଏବେ ଏହା ବ୍ୟାପାର ଓ ଅର୍ଥଶାସ୍ତ୍ରର ପ୍ରସଙ୍ଗ ହୋଇନାହିଁ। ବରଂ ରାଷ୍ଟ୍ରୀୟ ସୁରକ୍ଷାର ବିଷୟ ହୋଇଛି ବୋଲି ବିଦେଶ ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *