ମାଲବାହୀ ଟ୍ରେନର ୫୩ ଡବା ଲାଇନଚ୍ୟୁତ

Spread the love

ନୂଆଦିଲ୍ଲୀ: କୋଡରମା ଗୟା ଗ୍ରେଣ୍ଡକାର୍ଡ ସେକ୍ସନ ରେଳକ୍ଷେତ୍ରରେ ବୁଧବାର ସକାଳୁ ଏକ ବଡ ଧରଣର ଦୁର୍ଘଟଣା ହୋଇଛି। ଗୁରପା ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ୫୩ ଡବା ଲାଇନଚ୍ୟୁତ ହୋଇଯାଇଛି। ଫଳରେ ଏହି ଲାଇନରେ ସମସ୍ତ ଟ୍ରେନ ଚଳାଚଳ ଠପ ହୋଇ ଯାଇଛି। ତେବେ ଏହା ଏକ ମାଲବାହୀ ଟ୍ରେନ ହୋଇଥିବାରୁ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି। ଲାଇନର ମରାମତି କାମ ଚାଲିଛି। ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି।

ମେଲ ପାସିଂ ବ୍ଲକ ପାଇଁ ଭୋର ୪.୨୨ରେ ଗଝାଣ୍ଡି ଷ୍ଟେସନର ସେକେଣ୍ଡ ଲୁପ ଲାଇନରେ ଠିଆହୋଇଥିଲା କୋଇଲା ବୋଝେଇ ମାଲବାହୀ ଟ୍ରେନ। ସେଠାରୁ ସକାଳ ୫.୫୫ରେ ଟ୍ରେନକୁ ସଂକେତ ମିଳିଥିଲା ଯିବାକୁ। ୬.୧୨ରେ  ଲାଲବାଗ ଷ୍ଟେସନରେ ପହଞ୍ଚିଥିଲା।  ଏହା ପରେ ଟ୍ରେନ ଡ୍ରାଇଭର ବ୍ରେକ୍‌ ଟେଷ୍ଟ କରୁଥିବା ବେଳେ ବ୍ରେକ ଫେଲ ହୋଇଯାଇଥିଲା। ସେହି ସମୟରେ ଟ୍ରେନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ଥିଲା।

ତେବେ ପୂର୍ବ ସୂଚନା ଆଧାରରେ ରେଳବାଇ ଅଧିକାରୀ ନିଜ ଉପସ୍ଥିତ ବୁଦ୍ଧି ଖଟାଇ  ଗୁପରା ଷ୍ଟେସନରେ ଥିବା ସ୍ଲିପ ସାଇଡିଂରେ ଟ୍ରେନକୁ ଅଟକାଇ ଦେଇବାକୁ ଚେଷ୍ଟା କରାଯିବାରୁ ଗୋଟିଏ ବଗି ଓ ଇଞ୍ଜିନକୁ ଅଟକାଇବା ସମ୍ଭବ ହୋଇଥିବା ବେଳେ କିନ୍ତୁ ୫୩ଟି ଡବା ରେଳ ଧାରଣାରୁ ଖସି ଯାଇଥିଲା। ଗୋଟିଏ ଡବା ଉପରେ ଅନ୍ୟ ଡବା ଚଢିଯାଇଥିଲା। ଏଥିରେ ଓଭରହେଡ ତାର କ୍ଷତିଗ୍ରସ୍ତ ହୋଇଛି ଓ ଲାଇନ ସମ୍ପୂର୍ଣ୍ଣ ରୂପେ ବ୍ଲକ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *