ଗୁଗୁଲ ସିଇଓଙ୍କୁ ପଦ୍ମ ଭୂଷଣ ସମ୍ମାନ

Spread the love

ସାନ ଫ୍ରାନ୍ସିସକୋ: ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇଙ୍କୁ  ପଦ୍ମଭୂଷଣ ସମ୍ମାନ।   ୫୦ ବର୍ଷୀୟ ପିଚାଇଙ୍କୁ ସାନ ଫ୍ରାନ୍ସିସକୋରେ ଭାରତର ତୃତୀୟ ବଡ ବେସାମରିକ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ଏସ ସଂନ୍ଧୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସାନ ଫ୍ରାନ୍ସିକୋରେ ଅବସ୍ଥାପିତ ଭାରତୀୟ ରାଜଦୂତ ଏସ ସନ୍ଧୁଙ୍କ ଠାରୁ ଗୁଗଲ ଓ ଆଲଫାବେଟ ସିଇଓ ସୁନ୍ଦର ପିଚାଇ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଭାରତୀୟ-ଆମେରିକୀୟ ବ୍ୟବସାୟ ଓ ଉଦ୍ଦ୍ୟୋଗ କ୍ଷେତ୍ରରେ ୨୦୨୨ ପାଇଁ ପଦ୍ମ ଭୂଷଣରେ ସମ୍ମାନୀତ ହୋଇଛନ୍ତି । ଏହି ଅବସରରେ ସେ କହିଛନ୍ତି କି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ ସହ ରଖିଛି । ଏହି ପୁରସ୍କାର ବିତରଣ ଅବସରରେ ତାଙ୍କ ନିକଟତମ ପରିବାର ସଦସ୍ୟ  ଉପସ୍ଥିତି ରହିଛନ୍ତି।
ଏହି ଅବସରରେ ଏସ ସଂନ୍ଧୁ କହିଥିଲେ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ଦେଇ ମୁଁ ଖୁସି ଅନୁଭବ କରୁଛି । ମଦୁରାରୁ ମାଉଣ୍ଟ ଆବୁ ପର୍ଯ୍ୟନ୍ତ ତାଙ୍କର ପ୍ରେରଣାଦାୟୀ ଯାତ୍ରା, ଭାରତ-ଆମେରିକା ଆର୍ଥିକ ଓ ଟେକନିକକୁ ମଜଭୁତ କରୁଛି ।

Leave a Reply

Your email address will not be published. Required fields are marked *