ଆପର ଗୁଜୁରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାମ ଘୋଷଣା

Spread the love

ନୂଆଦିଲ୍ଲୀ: ଆପ ଘୋଷଣା କଲା ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଅହମଦାବାଦରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆପ ପ୍ରତିଷ୍ଠାତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁଜୁରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଇସୁଦାନ ଗଢଭିଙ୍କ ନାମ ଘୋଷଣା କରିଛନ୍ତି।

ପୂର୍ବରୁ ପଟ୍ଟିଦାର ଆନ୍ଦୋଳନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା ଗୋପାଳ ଇଟାଲିୟାଙ୍କୁ ଗୁଜୁରାଟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିଲା। ଶୁକ୍ରବାର କେଜରିୱାଲ କିନ୍ତୁ ଇସୁଦାନ ଗଢଭିଙ୍କ ନାମ ଘୋଷଣା କରିଛନ୍ତି।  ଗଢଭିଙ୍କ ନାମ ଘୋଷଣା ସମ୍ପର୍କରେ କେଜରିୱାଲ କହିଛନ୍ତି, ଆପର ପ୍ରାୟ ୧୬.୫ ଲକ୍ଷ ସଦସ୍ୟଙ୍କ ସହ ବିଚାର ବିମର୍ଷ କରାଯାଇଥିଲା। ସେଥିରୁ ୭୩ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଗଢଭିଙ୍କୁ  ବାଛିଥିଲେ।

ଗତ ୨୯ ଅକ୍ଟୋବରକୁ କେଜରିୱାଲ ଆପର ଗୁଜୁରାଟ  ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କୁ ଏସଏମଏସ, ହ୍ବାଟ୍ସଆପ, ଭଏସ ମେଲ ଓ ଇମେଲ ମାଧ୍ୟମରେ ସେମାନଙ୍କ ପରାମର୍ଶ ଲୋଡିଥିଲେ।

ଗୁଜୁରାଟ ବିଧାନସଭା ନିର୍ବାଚନରେ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଇସୁଦାନ ଗଢଭିଙ୍କ ଜନ୍ମ ୧୯୮୨ ଜାନୁଆରୀ ୧୦ ତାରିଖରେ ଜାମନଗର ଜିଲ୍ଲାର ପିପଲିୟା ଗାଁରେ ଏକ ସାଧାରଣ ପରିବାରରେ ହୋଇଥିଲା। ତାଙ୍କ ପରିବାର ଏକ ଚାଷୀ ପରିବାର। ଅନ୍ୟ ପଛୁଆ ଜାତିର ଲୋକ। ଗଢଭିଙ୍କ ଜାତି ରାଜ୍ୟରେ ୪୮ ପ୍ରତିଶତ ବିଶିଷ୍ଠ।  ତେବେ ଗଢଭି ଜଣେ ପତ୍ରକାର ଭାବେ କାର୍ଯ୍ୟକରିଥିବା ବେଳେ ଜଣେ ଲୋକପ୍ରିୟ ଟିଭି ଆଙ୍କର ମଧ୍ୟ। ୨୦୨୧ରେ ସେ ଆପର ସଦସ୍ୟତା ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ରାଷ୍ଟ୍ରୀୟ ସଂଯୁକ୍ତ ମହାସଚିବ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି।

Leave a Reply

Your email address will not be published. Required fields are marked *