ଆସାମ ବାଳବିବାହ ବିରୋଧୀ ଉପରେ ହାଇକୋର୍ଟଙ୍କ ରାୟ

Spread the love

ଗୌହାଟୀ: ଆସାମରେ ବାଳ ବିବାହ ବିରୋଧୀ ଅଭିଯାନରେ ଏଯାବତ୍ ୩ହଜାରରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମାମଲାରେ ଗୌହାଟୀ ହାଇକୋର୍ଟ ଉଠାଇଛନ୍ତି କିଛି ପ୍ରଶ୍ନ। ବାଳ ବିବାହରେ ନାବାଳିକାଙ୍କ ସହ ଯୌନ ଶୋଷଣ ପରି ଅଭିଯୋଗକୁ ନେଇ ଆପତ୍ତି ଉଠାଇଛନ୍ତି ହାଇକୋର୍ଟ।

ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଆହୁରି ପ୍ରଶ୍ନ ଉଠିଛି କି, ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଜେଲରେ ରହିଥିବାରୁ ପରିବାର ଚଳିବା ଅସମ୍ଭବ ହୋଇଛି। ସେହିପରି ବାଳ ବିବାହ ମାମଲାରେ ଯୌନ ଅପରାଧରୁ ଶିଶୁମାନଙ୍କୁ ରକ୍ଷା କରିବାକୁ ପକ୍ସୋ ଅଧିନିୟମ ଲାଗୁ କରିବାର ବୈଧତା ଉପରେ ମଧ୍ୟ ପ୍ରଶ୍ନ କରାଯାଇଛି। କାରଣ ପକ୍ସୋ ଆଇନ ଅନ୍ତର୍ଗତ ଅଭିଯୁକ୍ତର ଦୋଷ ସାବ୍ୟସ୍ତ ହେଲେ ୨୦ ବର୍ଷର ଦଣ୍ଡଦେଶ ହୋଇପାରେ।

ଗୌହାଟୀ ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର କହିଛନ୍ତି, ଏସବୁ ଏପରି ମାମଲା ନୁହେଁ କି, ଜେଲରେ ଅଭିଯୁକ୍ତଙ୍କ ଜେରାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *