ଅଭିଶେକ ବାନାର୍ଜିଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି ପାଇଁ ମନାକଲେ ହାଇକୋର୍ଟ

Spread the love

କୋଲକାତା : ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଭ୍ରଷ୍ଟାଚାର ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଭଣଜା ଅଭିଶେକ ବାନାର୍ଜିଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି ପାଇଁ ମନା କରିଛନ୍ତି କୋଲକାତା ହାଇକୋର୍ଟ । ବିଚାରପତି ସୁବ୍ରତ ତାଲୁକଦାର ଏବଂ ବିଚାରପତି ସୁପ୍ରତିମ ଭଟାଚାର୍ଯ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ମାମଲାର ତତ୍କାଳ ଶୁଣାଣି ପାଇଁ ମନା କରିବା ସହ କହିଛନ୍ତି ଯେ, ଏଥିରେ କୌଣସି ତରବରିଆ ହେବାର ଆବଶ୍ୟକତା ନାହିଁ ।

ହାଇକୋର୍ଟରେ ସୋମବାର ଠାରୁ ଖରାଛୁଟି ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଶନିବାର ଓ ରବିବାର ଛୁଟି ରହିଛି । ଶୁକ୍ରବାର କେତେକ ପୂର୍ବ ନିର୍ଦ୍ଧାରିତ ମାମଲା ରହିଛି । ଖଣ୍ଡପୀଠ କହିଛନ୍ତି ଯେ, ଏଥିପାଇଁ ଶୁକ୍ରବାର ଅଭିଶେକଙ୍କ ଆବେଦନ ଉପରେ ଶୁଣାଣି କରିପାରିବେ ନାହିଁ । ଏହାପରେ ଅଭିଶେକ ଓ କୁନ୍ତଳଙ୍କ ଆବେଦନ ମୁଖ୍ୟ ବିଚାରପତିଙ୍କୁ ଫେରାଇ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *