ଦିଲ୍ଲୀରେ ହାଇ ପ୍ରୋଫାଇଲ ଠକେଇ

Spread the love

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ହାଇ ପ୍ରୋଫାଇଲ ଠକେଇ। ଏକ ଗ୍ୟାଙ୍ଗ  ପୋସ ଅଞ୍ଚଳରେ ଏକ ବଡ ଅଫିସ ଖୋଲି ଠକେଇ ଚାଲିଥିଲା। ସରକାରୀ କଲେଜରେ ମେଡିକାଲରେ ନାମ ଲେଖାଇ ଦେବା ନାମରେ କରୁଥିଲେ କୋଟି କୋଟି ଟଙ୍କାର ଠକେଇ ଓ ଏବେ ଟଙ୍କା ନେଇ ଫେରାର ହୋଇଯାଇଛି ପୁରା ଗ୍ୟାଙ୍ଗ। ୧୦୦ରୁ ଅଧିକ କର୍ମଚାରୀ ସେମାନଙ୍କ ଅଫିସରେ କାମ କରୁଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ମାମଲା ଦାୟର କରି ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ରାଜ୍ୟରେ ଆରମ୍ଭ କରିଛି ଧରପଗଡ।

ସୂଚନା ମୁତାବକ, ନୋଏଡାର ସେକ୍ଟର ୬୩ର ଏକ କୋଠାରେ ସେପ୍ଟେମ୍ବର ମାସର ଦ୍ବିତୀୟ ମହଲାରେ ଅଫିସ ଭଡା ନିଆଯାଇଥିଲା। ଭଡା ବାଦକୁ ମାସିକ ୨ ଲକ୍ଷ ଟଙ୍କା ଦେଉଥିଲେ। କ୍ୟାରିୟର ଜନସନ ନାମକ ଏହି ଅଫିସରର ସିଇଓ, ମ୍ୟାନେଜର, ଆକାଣ୍ଟସ  ପରି ସବୁ କ୍ଷେତ୍ରରେ ୧୦୦ରୁ ଅଧିକ ଲୋକ କାମ କରୁଥିଲେ। ମେଡିକାଲ ପଢିବାକୁ ଇଛାୟୀ ପିଲାଙ୍କୁ ଫୋନ କରି ଏମବିଏରେ ନାମ ଲେଖାଇବାକୁ ପ୍ରଲୋଭନ ଦେଉଥିଲେ।

ଏହି ପରି ବହୁ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀର ବଦରପୁରର ନିର୍ମଳ ଚନ୍ଦ୍ରଙ୍କୁ ଏହି ଠକ ଦଳ ପ୍ରଥମେ ନିଜ ପାଲରେ ଫସାଇ ଥିଲେ। ନିର୍ମଳଙ୍କ ଝିଅକୁ ଅଟଳ ବିହାରୀ ମେଡିକାଲ କଲେଜରେ ନାମ ଲେଖାଇବାକୁ ତାଙ୍କୁ ଫୋନ କରିଥିଲେ । ୩୦ ଲକ୍ଷ ଟଙ୍କା ଦାବି କରାଯାଇଥିବା ବେଳେ ନିର୍ମଳ ଠକଙ୍କୁ ୨୦ ଲକ୍ଷ ଟଙ୍କା ସହ ଝିଅର ସମସ୍ତ ଦସ୍ତାବିଜ ଦେଇଥିଲେ।

କିଛି ଦିନ ପରେ ତାଙ୍କୁ ମେଡିକାଲ କାଉସିଲ କମିଟିର ଏକ ନକଲି ଲେଟର ଓ ଅଟଳ ବିହାରୀ ବାଜପେୟୀ କଲେଜର ନକଲି ଏଣ୍ଟ୍ରାନ୍ସ ଲେଟର ଦିଆଯାଇଥିଲା ୧୯ ଡିସେମ୍ବରରେ।  ହେଲେ କଲେଜକୁ ଯିବାରୁ ଲେଟର ନକଲି ଥିବା ଜଣା ପଡିଥିଲା।

Leave a Reply

Your email address will not be published. Required fields are marked *