ହିଜାବ ଓ ଶିଖ୍‌ଙ୍କ ପଗଡି ସମାନ ନୁହେଁ: ସୁପ୍ରିମ କୋର୍ଟ

Spread the love

ବାଙ୍ଗାଲୁରୁ: କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି କାଳରେ ଜଷ୍ଟିସ ହେମନ୍ତ ଗୁପ୍ତା କହିଛନ୍ତି କି, ହିଜାବ ସହ ସିଖଙ୍କ ପଗଡିର ତୁଳନା କରିବା ଠିକ ନୁହେଁ। ପାଞ୍ଚ ଜଣିଆ ବିଚାରପତିଙ୍କ ସମ୍ବିଧାନିକ ଖଣ୍ଡପୀଠ ଏହି ଚୂଡାନ୍ତରେ ପହଞ୍ଚିଛନ୍ତି କି, ପଗଡି ଓ କୃପାଣ ସିଖଙ୍କର ଧାର୍ମିକ ପରିଚୟର ଏକ ଅନିର୍ବାଯ୍ୟ ଅଂଶ। ୫୦୦ ବର୍ଷରୁ ସିଖ ଇତିହାସ ଓ ସମ୍ବିଧାନ ମୁତାବକ ପଗଡି ସର୍ବବିଦିତ ରହିଛି। ତେଣୁ ପଗଡି ସହ ହିଜାବର ତୁଳନା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।  ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୨ରେ ହେବ।

ଯାଚିକାକର୍ତ୍ତାଙ୍କ ପକ୍ଷରୁ ଉପସ୍ଥିତ ଓକିଲ ନିଜାମ ପାଶାଙ୍କ ଦ୍ବାରା ଉପସ୍ଥାପିତ ଦଲିଲ ଉପରେ ସୁପ୍ରିମକୋର୍ଟ ଏହି ଟିପ୍‌ପଣୀ ଦେଇଛନ୍ତି। ପାଶା କହିଛନ୍ତି କି, ସିଖ ଧର୍ମର ପାଞ୍ଚ କକାର  ବା ପାଞ୍ଚ ଦର୍ଶନ ପରି ଇସ୍‌ଲାମର ମଧ୍ୟ ପାଞ୍ଚ ମୌଳିକ ସ୍ତମ୍ଭ ରହିଛି। ହଜ, ନମାଜ- ରୋଜା, ଜକାତ, ତୌହିଦ ଓ ହିଜାବକୁ ଇସଲାମର ପାଞ୍ଚଟି ମୌଳିକ ସ୍ତମ୍ଭ ବୋଲି କହିଥିଲେ ନିଜାମ ପାଶା । 

କିନ୍ତୁ ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ଜଷ୍ଟିସ ହେମନ୍ତ ଗୁପ୍ତା କହିଛନ୍ତି କି, ଆପଣ ସିଖଙ୍କ ତୁଳନା କରନ୍ତୁ ନାହିଁ। ୫୦୦ ବର୍ଷରୁ ସିଖଙ୍କର ପଗଡି ଧାର୍ମିକ ପରିଚୟ ଓ ଭାରତୀୟ ସଭ୍ୟତାର ଅଂଶ ରହିଛନ୍ତି। ଏହା ଉପରେ ନିଜାମ ପାଶା କହିଥିଲେ, ଆମର ବି ୧୪ଶହ ବର୍ଷରୁ ହିଜାବ ପରମ୍ପରାର ଏକ ଅଂଶ। ତେଣୁ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ଭୁଲ ଅଟେ।

ପ୍ରଥମ ଯାଚିକାକର୍ତ୍ତାଙ୍କ ପକ୍ଷରୁ ଓକିଲ ଦେବଦତ୍ତ କାମତ କୋର୍ଟଙ୍କୁ ଅବଗତ କରିଥିଲେ କି, ମୂଳ ଅଧିକାରଗୁଡିକ ଉପରେ ଉପଯୁକ୍ତ ପ୍ରତିବନ୍ଧକ ହେବ। କିନ୍ତୁ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆଇନ ବ୍ୟବସ୍ଥା, ନୈତିକତା ବା ସ୍ବାସ୍ଥ୍ୟ ବିରୋଧୀ ହେବ। ଏଠାରେ ଝିଅମାନେ ହିଜାବ ପିନ୍ଧବା ନାହିଁ ଆଇନ ବ୍ୟବସ୍ଥା ବିରୋଧୀ ନାହିଁ  ନୈତିକତା ଓ ସ୍ବାସ୍ଥ୍ୟ ବିରୋଧୀ। ସମ୍ବିଧାନ ମୁତାବକ ସରକାରର ହିଜାବ ଉପରି ପ୍ରତିବନ୍ଧକ ଲଗାଇବା ଠିକ ନୁହେଁ।

ଶୁଣାଣି କାଳରେ ଓକିଲ କାମାତ କହିଥିଲେ, କୋର୍ଟରେ ମଧ୍ୟ ଡ୍ରେସ କୋଡ ରହିଛି। କନିଷ୍ଠ ଓ ବରିଷ୍ଠ ଓକିଲଙ୍କ ପରିଧାନ ନିର୍ଦ୍ଦିଷ୍ଟ ରହିଛି। ତେବେ କଣ ଏହା କୋର୍ଟ ଅନୁଶାସନର ଉଲ୍ଲଙ୍ଘନ?  ଏହି କୋର୍ଟରେ କୁହାଯାଇଛି କୋର୍ଟରେ ପିନ୍ଧିଥିବା ଡ୍ରେସର ତୁଳନା ସ୍କୁଲ ଡ୍ରେସ ସହ କରିପାରିବେ ନାହିଁ। କିନ୍ତୁ ପଗଡି ମଧ୍ୟ ଜରୁରୀ ନୁହେଁ, କାରଣ ଏହା ଧାର୍ମିକ ପୋଷାକ। ପରିବେଶ କାରଣରୁ ମଧ୍ୟ ରାଜସ୍ଥାନରେ ପ୍ରାୟ ଲୋକ ପଗଡି ପିନ୍ଧି ଥାନ୍ତି।

ତେବେ ମାମଲାରେ କୋର୍ଟ କହିଛନ୍ତି, ରାସ୍ତାରେ ଯିବା ବେଳେ ହିଜାବ ପିନ୍ଧିବାରେ ଯଦିଓ ସମସ୍ୟା ନାହିଁ, କିନ୍ତୁ ପ୍ରସଙ୍ଗ ସ୍କୁଲ ଭିତରେ ହିଜାବ ପିନ୍ଧିବାକୁ ନେଇ। ସ୍କୁଲ ପ୍ରଶାସନ କେଉଁ ପ୍ରକାରର ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି ତାକୁ ଦେଖିବାର ଅଛି। ଏହାକୁ ନେଇ କାମାତ ଯୁକ୍ତି କରିଥିଲେ, ସ୍କୁଲ ବ୍ୟବସ୍ଥା ଏହା ଆଧାରରେ ଦିଆ ଯାଇ ନ ପାରେ କି କିଛି ହିଜାବକୁ ବିରୋଧ କରି ନାରାବାଜି କରୁଛନ୍ତି।

କାମାତ ଆହୁରି କହିଛନ୍ତି, ସରକାରର ଆଦେଶରେ ଏହା କୁହାଯାଇଛି। କିନ୍ତୁ ହିଜାବ ବ୍ୟାନ କରିବାର କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ।  ତେବେ ଏହି ମାମଲାରେ ଆସନ୍ତା ସେପ୍ଟେମ୍ବର ୧୨ ଶୁଣାଣି କାଳରେ ଯାଚିକାକର୍ତ୍ତାଙ୍କ ପକ୍ଷରୁ ସଲମାନ ଖୁର୍ଶିଦ ନିଜ ଦଲିଲ ଉପସ୍ଥାପନ କରିବେ।  

Leave a Reply

Your email address will not be published. Required fields are marked *