୬୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ

Spread the love

() ହିମାଚଳ ପ୍ରଦେଶ ନିର୍ବାଚନ ନେଇ ବାଜିଲା ବିଗୁଲ । ୬୮ ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟୟରେ ହେବ ଭୋଟ । ନଭେମ୍ୱର ୧୨ରେ ରାଜ୍ୟରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଅକ୍ଟୋବର ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ସେହିପରି ଡିସେମ୍ୱର ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ବିଜ୍ଞନ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ର୍ନାଚନ ତାରିଖ ଘୋଷଣା କରିଛନ୍ତି । ତେବେ ଅଧ୍ୟକ୍ଷ ରାଜୀବ କୁମାରଙ୍କ ଘୋଷଣା ଅନୁଯାୟୀ ହିମାଚଳ ପ୍ରଦେଶର ୬୮ ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟୟରେ ଭୋଟ ହେବନଭେମ୍ୱର ୧୨ରେ ରାଜ୍ୟରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଅକ୍ଟୋବର ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ୨୫ ଅକ୍ଟୋବରରେ ନାମାଙ୍କାନ ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି । ସେହିପରି ଅକ୍ଟବର ୨୭ରେ ସ୍କ୍ରୁଟିନି ରହିଥିବା ବେଳେ ନାମାଙ୍କନ ପ୍ରତ୍ୟାହାର ତାରିଖ ୨୯ ଅକ୍ଟୋବର ରହିଛି । ସେହିପରି ଡିସେମ୍ୱର ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଅନ୍ୟପଟେ ଦେଖିବାକୁ ଗଲେ ଜାନୁଆରୀ ୨୩ରେ ହିମାଚଳ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ । ଏଥି ପାଇଁ ଏହା ପୂର୍ବରୁ ପରବର୍ତ୍ତୀ ସରକାର ଗଠନ ପ୍ରକ୍ରିୟା ସାରିବାକୁ ନିର୍ବାଚନ କମିଶନ ବ୍ୟବସ୍ଥା କରିଛନ୍ତି ।

ତେବେ ତାରିଖ ଘୋଷଣା କରିବା ପୂର୍ବରୁ ଅଧ୍ୟକ୍ଷରାଜୀବ କୁମାର ଓ ନିର୍ବାଚନ କମିଶନର ଅନୂପ ଚନ୍ଦ୍ରା ପାଣ୍ଡେ ଉଭୟ ରାଜ୍ୟକୁ ସମୀକ୍ଷା ପାଇଁ ଯାଇଥିଲେ । ସେମାନେ ବୁଥ ସ୍ତରରେ ସ୍ଥିତି ପରଖିବା ପରେ ରିପୋର୍ଟ ପ୍ରସ୍ତୁତ କରିଥିଲେ । ନିରପେକ୍ଷ ଓ ଅବଧା ନିର୍ବାଚନ ଉପରେ ଇସି ଗୁରୁତ୍ୱାରୋପ କରିଛନ୍ତି । କିଭଳି ସୁରୁଖୁରୁରେ ଲୋକ ଭୋଟ ଦେଇ ପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନ କହିଛନ୍ତି ୮୦ ବର୍ଷରୁ ଅଧିକ ବ୍ୟସ୍କ ଲୋକ,ଦିବ୍ୟାଙ୍ଗ ଓ କୋଭିଡ ସଂକ୍ରମିତ ଯେଉଁମାନେ ଭୋଟ ଦେବାକୁ ବୁଥକୁ ଯାଇପାରିବେନି ସେମାନଙ୍କ ପାଇଁ ଘରକୁ ଯାଇ ମତଦାନର ବ୍ୟବସ୍ଥା କରାଯିବ । ତେବେ ୨୦୧୭ ନଭେମ୍ୱର ମାସରେ ହିମାଚଳ ପ୍ରଦେଶର ୬୮ଟି ଆସନ ପାଇଁ ଭୋଟିଂ ହୋଇଥିଲା । ଏଠାରେ ବିଜେପି ୪୪ଟି ଆସନ ଜିତିଥିବା ବେଳେ କଂଗ୍ରେସ ଖାତାକୁ ୨୧ଟି ସିଟ ଓ ଅନ୍ୟନ୍ୟ ଦଳ ୩ ଟି ଆସନ ହାତେଇଥିଲେ

ହିମାଚଳ ପ୍ରଦେଶର ୬୮ଟି ଆସନ ରହିଛି । ବର୍ତ୍ତମାନ ବିଜେପିର ମେଣ୍ଟ ସରକାର ରହିଛି ।` ଚଳିତ ବର୍ଷ ରାଜ୍ୟରେ ଦୁଇ ବିରୋଧୀଙ୍କ ମଧ୍ୟରେ ନିର୍ବାଚନ ହେବ । ବିଜେପି କଂଗ୍ରେସ ମଧ୍ୟରେ ମୁଖ୍ୟ ଲଢ଼େଇ ହେବ ।

ଅର୍ପିତା ପ୍ରହରାଜଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *