ଦେଶରେ ନିବେଶକଙ୍କ ପାଇଁ ରହିଛି ପର୍ଯ୍ୟାପ୍ତ ସୁବିଧା: ମୋଦି

Spread the love

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଶ୍ବିକ ନିବେଶକମାନଙ୍‌କୁ ଦେଶର ଶକ୍ତି କ୍ଷେତ୍ରରେ ନିବେଶ କରି ସୁଯୋଗର ଉପଯୋଗ କରିବାକୁ ଆହ୍ବାନ ଦେଇଛନ୍ତି। ଏବେ ଭାରତକୁ ଦୁନିଆର ସବୁଠାରୁ ଉପଯୁକ୍ତ ନିବେଶ ସ୍ଥଳି କୁହାଯାଉଛି। ଭାରତ ଶକ୍ତି ସପ୍ତାହ ୨୦୨୩ର ଉଦଘାଟ ବେଳେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, ବଜେଟ ୨୦୨୩ -୨୪ରେ ୧୦ ଲକ୍ଷ କୋଟି ଟଙ୍କା ପୁଞ୍ଜିଗତ ବ୍ୟୟର ବ୍ୟବସ୍ଥା କରାଯାଇଛି। ଏଥିରେ ସବୁଜ ଶକ୍ତି, ସୌର ବିଦ୍ୟୁତ୍ ଓ ସଡକ କ୍ଷେତ୍ରକୁ ପ୍ରୋତ୍ସାହନା ଦିଆଯାଇଛି।

ଭାରତ ଶକ୍ତି ସପ୍ତାହ ଅବସରରେ ବହୁ ମନ୍ତ୍ରୀ, କର୍ପୋରେଟର, ବିଭିନ୍ନ ଦେଶର ବିଶେଷଜ୍ଞ ଭାଗ ନେଇଛନ୍ତି। ଏହି ଅବସରରେ ମୋଦି ତାଙ୍କ ସମ୍ବୋଧନାରେ ହରିତ ଶକ୍ତିକୁ ପ୍ରୋତ୍ସାହନା ଦେବାକୁ ଓ ୨୦୭୦ ସୁଦ୍ଧା ଶୁଦ୍ଧ ଶୁନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଛନ୍ତି।

ବଜେଟ ୨୦୨୩-୨୪ରେ ଶୁଦ୍ଧ ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ୩୫ହଜାର କୋଟି ଟଙ୍କା ଦିଆଯାଇଛି। ଜି ୨୦ର ଭାରତ ଅଧ୍ୟକ୍ଷତାରେ ଶକ୍ତି ସପ୍ତାହ ହେଉଛି ପ୍ରଥମ ବଡ କାର୍ଯ୍ୟକ୍ରମ।

ମୋଦି କହିଛନ୍ତି, ଭାରତ ଅଶୋଧିତ ତେଲର ଶୋଧନ କ୍ଷମତା ବାର୍ଷିକ ୨୫ କୋଟି ଟନରୁ ବଢାଇ ୪୫ କୋଟି ଟନ ଲକ୍ଷ୍ୟରେ କାମ ଚାଲିଛି। ସେହିପରି ଦେଶର ଗ୍ୟାସ ପାଇପଲାଇନ ନେଟୱାର୍କ ବର୍ତ୍ତମାନ ୨୨ହଜାର କିଲୋମିଟ ହୋଇଥିବା ବେଳେ  ଆସନ୍ତା ୪-୫  ବର୍ଷରେ ୩୫ ହଜାର କିଲୋମିଟର ଅତିକ୍ରମ କରିବ।  

Leave a Reply

Your email address will not be published. Required fields are marked *