ଦିଲ୍ଲୀରେ ରବିବାର ପର୍ଯ୍ୟନ୍ତ ସ୍କୁଲ ଏବଂ ବିବି ବନ୍ଦ, ଅଫିସ୍‌ରେ ମଧ୍ୟ ୱାର୍କ ଫ୍ରମ ହୋମ୍ ଉପରେ ଜୋର୍‌

Spread the love

ନୂଆଦିଲ୍ଲୀ : ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ଗତ ରାତିରେ ଆହୁରି ଅଧିକ ବଢ଼ିବାରୁ ତଳି ଅଂଚଳରେ ବନ୍ୟା ପାଣି ଭର୍ତି ହୋଇଯାଇଛି । ଏହି ସମୟରେ ସଡ଼କ ଏବଂ ଲୋକଙ୍କ ଘରେ ପରିସ୍ଥିତି ଗମ୍ଭିର ହୋଇଛି । ରାସ୍ତାରେ ସ୍ଥାନେ ସ୍ଥାନେ ଟ୍ରାଫିକ୍ ଜାମ୍‌ର ସ୍ଥିତି ହୋଇଛି । ଏଥିପାଇଁ ରାଜଧାନୀର ସମସ୍ତ ଶିକ୍ଷାନୁଷ୍ଠାନ ରବିବାର ପର୍ଯ୍ୟନ୍ତ ବନ୍ଦ ରହିବେ । ସରକାରୀ ଏବଂ ପ୍ରାଇଭେଟ୍ ଅଫିସ୍‌ରେ ମଧ୍ୟ ସେତିକି ଆବଶ୍ୟକ ନଥିଲେ ୱାର୍କ ଫର୍ମ ହୋମ୍ ଆପଣେଇବାକୁ ଜୋର୍ ଦିଆଯାଇଛି । ପରିସ୍ଥିତିକୁ ଦେଖି ଗୁରୁବାର ଦିନ ଦିଲ୍ଲୀ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ(ଡିଡିଏମ୍‌ଏ)ର ବୈଠକ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୈଠକ ପରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତାରେ କହିଛନ୍ତି ଯେ କେତେକ ମହତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ ରବିବାର ପର୍ଯ୍ୟନ୍ତ ବନ୍ଦ କରିବାର ନିଷ୍ପତି ନିଆଯାଇଛି । ସମସ୍ତ ସରକାରୀ ଅଫିସ୍‌ରେ ଜରୁରୀ ସେବାକୁ ଛାଡ଼ି ବାକି କର୍ମଚାରୀଙ୍କ ୱାର୍କ ଫ୍ରମ ହୋମ୍ ହେବ । ପ୍ରାଇଭେଟ୍ ସଂସ୍ଥାମାନଙ୍କୁ ମଧ୍ୟ ଅପିଲ୍ କରାଯାଇଛି ଯେ ତାଙ୍କ କର୍ମଚାରୀଙ୍କୁ ମଧ୍ୟ ୱାର୍କ ଫ୍ରମ ହୋମ୍ ଦିଆଯାଉ । ସେ କହିଛନ୍ତି ଯେ ଦିଲ୍ଲୀରେ ବଜୀରାବାଦ, ଚନ୍ଦ୍ରାବଳ ଏବଂ ଓଖଲା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବନ୍ଦ କରିଦିଆଯାଇଛି । ଏଥିରେ ଲୋକଙ୍କୁ ପିଇବା ପାଣିର ଅସୁବିଧା ହୋଇପାରେ । ପାଣିର ଏବେ ରାଶନିଂଗ କରାଯିବ ।

Leave a Reply

Your email address will not be published. Required fields are marked *