ଟ୍ରକ ଚାପାରେ ୧୫ ଗୋରୁ ମୃତ, ୩ ଗୁରୁତର

Spread the love

କେନ୍ଦୁଝର: କେନ୍ଦୁଝରରେ ବେଆଇନ୍  ଗୋରୁ ଚାଲାଣ କରାଯାଉଥିବା ସମୟରେ ଟ୍ରକ ଚାପାରେ ୧୫ ଗୋରୁ ମୃତ ୩ ଗୋରୁ ଗୁରୁତର। ଆଜି ଭୋର ପ୍ରାୟ ସାଢ଼େ ତିନିଟା ସମୟରେ ପ୍ରାୟ ୫୦ ରୁ ୬୦ ଗୋରୁଙ୍କୁ ବେଆଇନ ଭାବେ ବମ୍ବେରୁ କଲିକତା ଯାଉଥିଲା।  ଏହି ସମୟରେ ୪୯ ନଂ ଜାତୀୟ ରାଜପଥରେ ଡଙ୍ଗାପାଣି ଗାଁ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ଗୋରୁଙ୍କ ଉପରେ ଚଢିଯାଇଥିଲା । ଦୁର୍ଘଟଣା ଘଟାଇ ଥିବା ଟ୍ରକ ଟିର ଚକା ତଳେ ଏକାଧିକ ଗୋରୁ ଲାଗି ରହିଯିବାରୁ ଟ୍ରକଟି ସେହିଠାରେ ଅଟକି ରହିଯାଇଥିଲା। ଫଳରେ ଟ୍ରକର ଡ୍ରାଇଭର ଓ ହେଲପର ଟ୍ରକ ଛାଡି ଫେରାର ହୋଇ ଯାଇଛନ୍ତି। ସେପଟେ ବେଆଇନ ଗୋ ଚାଲାଣକାରୀ ମାନେ ମଧ୍ୟ ମୃତ ଓ ଆହତ ଗୋରୁଙ୍କୁ  ଛାଡି ପାର ହୋଇ ଯାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ମୃତ ଗୋରୁଙ୍କୁ ରାସ୍ତାରୁ ହଟାଇବା ସହ  ଆହତ ଗୋରୁଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *