ସ୍ବଦେଶୀ ରକେଟ ବିକ୍ରମ ଏସ ପ୍ରକ୍ଷେପଣ ଟଳିଲା

Spread the love

ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ପ୍ରଥମ ରକେଟ ବିକ୍ରମ ଏସର ପ୍ରକ୍ଷେପଣ କିଛି ଦିନ ପାଇଁ ଟାଳି ଦିଆଯାଇଛି। ପୂର୍ବରୁ ଏହାକୁ ୧୫ ନଭେମ୍ବରରେ ଲଞ୍ଚ କରିବାକୁ ଥିଲା। ହାଇଦ୍ରାବାଦର ଅନ୍ତରୀକ୍ଷ ଷ୍ଟାର୍ଟଅପ ସ୍କାଇରୁଟ ୟେରୋସ୍ପେସ ପକ୍ଷରୁ ରବିବାରକୁ  କହିଛି କି, ଖରାପ ପାଗ ପାଇଁ ସ୍ବଦେଶୀ ରକେଟ ବିକ୍ରମ-ଏସ ଲଞ୍ଚକୁ ୩ ଦିନ ଟାଳି ଦିଆଯାଇଛି। ଏବେ ଏହାକୁ ୧୮ ନଭେମ୍ବରକୁ ଲଞ୍ଚ କରାଯିବ।

ସ୍କାଇରୁଟ ୟେରୋସ୍ପେସ୍ ପ୍ରବକ୍ତା କହିଛନ୍ତି, ଖରାପ ପାଗର ପୂର୍ବାନୁମାନ କାରଣରୁ ଆମକୁ ଶ୍ରୀହରିକୋଟାରୁ ଆମ ବିକ୍ରମ ଏସ ରକେଟ ଲଞ୍ଚ କରିବାକୁ ୧୫-୧୯ ନଭେମ୍ବର ପର୍ଯ୍ୟନ୍ତ ଏକ ନୂଆ ଲଞ୍ଚ ଭିଣ୍ଡୋ ଦିଆଯାଇଛି, ଏଥିଲାଗି ଥିବା ତାରିଖ ଭିତରୁ ୧୮ ନଭେମ୍ବର ସକାଳ ୧୧.୩୦କୁ ସବୁଠାରୁ ସମ୍ଭାବିତ ସମୟ ଭାବେ ଧାର୍ଯ୍ୟ କରାଯାଇଛି। ସ୍କାଇରୁଟ ୟେରେସ୍ପେସ ପାଇଁ ଏହି ପ୍ରଥମ ମିଶନକୁ ପ୍ରାରମ୍ଭ ନାମ ଦିଆଯାଇଛି, ଯେଉଁଥିରେ ତିନି ଉପଭୋକ୍ତା ପେଲୋଡ ହେବ। ଏହାକୁ ଭାରତୀୟ ଅନ୍ତରୀକ୍ଷ ଅନୁସଂଧାନ ସଂସ୍ଥା ବା ଇସ୍ରୋର ଶ୍ରୀହରିକୋଟା ଲଞ୍ଚ ପ୍ୟାଡରୁ କ୍ଷେପଣ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *