ନୌସେନାରେ ସାମିଲ ହେଲା ଆଇଏନଏସ ମୋର୍ମୁଗାଓ

Spread the love

ନୂଆଦିଲ୍ଲୀ: ସମୁଦ୍ରରେ ନିଜର ଶକ୍ତି ଦେଖାଇବ ଭାରତର ବାହୁବଳୀ ଆଇଏନ୍‌ଏସ୍ ମୋର୍ମୁଗାଓ। ରବିବାର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ ନୌସେନାରେ ସାମିଲ ହେବା ପରେ ସେନାର ଶକ୍ତିବୃଦ୍ଧି ପାଇଛି ।

ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବ ଏହି ଯୁଦ୍ଧ ଜାହାଜ।  ଏହି ଯୁଦ୍ଧ ଜାହାଜ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧ ଜାହାଜରେ ସେନ୍ସର୍ ଓ ରାଡାର୍ ସଂଯୋଗ କରାଯାଇଛି। ଏହାକୁ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁମ୍ବାଇର ନୌସେନା ଡକୟାର୍ଡରେ ନୌସେନାରେ ସାମିଲ କରାଇଛନ୍ତି।

ଏହି ଗାଇଡେଡ୍ ମିସାଇଲ୍ ବିଧ୍ୱଂସକାରୀକୁ ଆଧୁନିକ ଯୁଦ୍ଧ ପାଇଁ ତିଆରି କରାଯାଇଛି। ଏହି ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ସବୁଠାରୁ ଦକ୍ଷ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ କରାଯାଇଛି। ଏହାର ଲମ୍ବ ୧୬୩ ମିଟର ହୋଇଥିବା ବେଳେ ପ୍ରଶସ୍ତ ୧୭ ମିଟର ରହିଛି। ଏହାର ଓଜନ ୭ ହଜାର ୪ଶହ ଟନ୍ । ଏଥିରେ ୪ଟି ଶକ୍ତିଶାଳୀ ଗ୍ୟାସ୍ ଟର୍ବାଇନ୍ ରହିଛି। ଏହା ସମୁଦ୍ରରେ ଘଣ୍ଟା ପ୍ରତି ୪୮ କିଲୋମିଟର୍ ବେଗରେ ଗତି କରିବ। ଏହା ଯୁଦ୍ଧରେ ଆଣବିକ, ଜୈବିକ, ରାସାୟନିକ ଆକ୍ରମଣ ଭଳି ସ୍ଥିତିକୁ ମୁକାବିଲା କରିପାରିବ।

ଏହି ଯୁଦ୍ଧ ଜାହାଜ ବାହ୍ୟ ଭାଗକୁ ସ୍ୱତନ୍ତ୍ର ଷ୍ଟିଲ୍‌ରେ ନିର୍ମାଣ କରାଯାଇଛି, ଯାହାଦ୍ୱାରା ଶତ୍ରୁ ପକ୍ଷର ରାଡାର ଏହାକୁ ଖୋଜି ପାରିବ ନାହିଁ। ଏଥିରେ ଏକେ-୬୩୦ ଆଣ୍ଟି ମିସାଇଲ୍ ଗନ, ମୋର୍ମୁଗାଓରେ ଦୁଇଟି ଆର୍‌ବିଇୟୁ-୬୦୦୦ ଆଣ୍ଟି ସବ୍‌ମରିନ୍ ରକେଟ୍ ଲଞ୍ଚର ବି ଲାଗିଛି।

Leave a Reply

Your email address will not be published. Required fields are marked *