ଇସ୍କନ୍ ବ୍ରିଜ୍ ଦୁର୍ଘଟଣା: ସାତ ଜଣଙ୍କୁ ଗିରଫ କଲା ପୋଲିସ, କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Spread the love

ଅହମ୍ମଦାବାଦ : ଇସ୍କନ୍ ବ୍ରିଜ ଦୁର୍ଘଟଣାରେ ଏହା ପ୍ରକାଶ ପାଇଛି ଯେ, ଦୁର୍ଘଟଣା ସମୟରେ ବ୍ରିଜ ଉପରେ ଥିବା ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ହୋଇଯାଇଥିଲା ଏବଂ କାରର ବେଗ ଘଣ୍ଟା ପ୍ରତି ୧୭୦ କିଲୋମିଟର ଥିଲା। ସେହି କାରରେ ହାଇ ଭଲ୍ୟୁମରେ ଗିତ ବଜିଇ ୬ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ଚାରିଜଣ ପୁଅଙ୍କ ସହ ତିନି ଝିଅ ମଧ୍ୟ ରହିଥିଲେ । ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କ ସମେତ ୬ଜଣଙ୍କୁ ଅଟକ ରଖିଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଭୁପେଶ ପଟେଲ ପ୍ରତ୍ୟେକ ମୃତକଙ୍କ ପରିବାର ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ରାଶୀ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ମୃତକଙ୍କ ସମ୍ପର୍କୀୟମାନେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ପ୍ରାଥମିକ ସୂଚନା ଅନୁଯାୟୀ, ଇସ୍କନ୍ ବ୍ରିଜରେ ଦୁର୍ଘଟଣା ସମୟରେ କାରରେ ଅଭିଯୁକ୍ତ ତଥ୍ୟ ପଟେଲ ସମେତ ୬ଜଣ ଲୋକ ଯାତ୍ରା କରୁଥିଲେ । ସମସ୍ତେ କଲେଜ ଛାତ୍ର ଥିଲେ । ସେମାନଙ୍କ ମଧ୍ୟରେ ତିନିଜଣ ଝିଅ ମଧ୍ୟ ଥିଲେ। ତଥ୍ୟ ପଟେଲ ଓ କାରରେ ଥିବା ସେହି ଝିଅମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି । କାରରେ ଥିବା ସମସ୍ତେ ମଜା ମସ୍ତି ମୁଡରେ ଥିଲେ ଏବଂ ହାଇ ଭଲ୍ୟୁମରେ ଗାତ ଉପଭୋଗ କରୁଥିଲେ। ଉଚ୍ଚ ଆୱାଜ ଯୋଗୁଁ ସେମାନେ ବାହାରର କୌଣସି ଶବ୍ଦ ଶୁଣିପାରିନଥିଲେ । ଏଥି ସହ କାରଟି ୧୭୦ ବେଗରେ ଚାଲୁଥିଲା। ଦୁର୍ଘଟଣା ପରେ ଲୋକମାନେ କାରକୁ ଘେରି ଯାଇଥିଲେ । ଏହା ପରେ କାରରେ ଥିବା ସମସ୍ତ ଲୋକ ବାହାରକୁ ଯାଇ ଲୋକଙ୍କଠାରିୁ ବଞ୍ଚିବା ପାଇଁ ଦୌଡି ପଳାଇଥିଲେ । ସେତୁ ଉପରେ ଥିବା ଅନ୍ଧକାରର ସୁଯୋଗ ନେଇ ବାକି ଲୋକମାନେ ପଳାଇ ଯାଇଥିଲେ, କିନ୍ତୁ ପରେ କାର ଡ୍ରାଇଭର ତଥ୍ୟ ପଟେଲ ସମେତ ସମସ୍ତେ ଧରାପଡିଥିଲେ । ଏହି ଦୁର୍ଘଟଣାରେ କନଷ୍ଟେବଳ ଧର୍ମେନ୍ଦ୍ର ସିଂଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ସୋଲା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କାର ଚାଳକ ତଥ୍ୟ ପଟେଲଙ୍କ ପିତା ପ୍ରଜ୍ଞେଶ ପଟେଲ ଏକ ଗଣଦିଷ୍କର୍ମ ମାମଲାରେ ଆଭିଯୁକ୍ତ । ରାଜକୋଟର ଜଣେ ଯୁବତୀଙ୍କୁ ଏକ କର୍ପୋରେଟ୍ କମ୍ପାନୀରେ ଚାକିରି ଦେବା ବାହାନାରେ ଅହମ୍ମଦାବାଦର ପାଞ୍ଚ ଜଣ ଯୁବକ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ନଭେମ୍ବର ୩, ୨୦୨୦ ରେ ପ୍ରାଥମିକ କେସ୍ ପଞ୍ଜୀକୃତ ହେବା ପରେ କ୍ରାଇମବ୍ରାଞ୍ଚ ଏହାର ଅନୁସନ୍ଧାନ କରୁଛି ।

ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଅର୍ଥ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭୀ ଆହତଙ୍କ ଅବସ୍ଥା ସମ୍ପର୍କରେ ଜାଣିବା ପାଇଁ ଅହମ୍ମଦାବାଦ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହା ବ୍ୟତୀତ ମନ୍ତ୍ରୀ ହ୍ରିକିକେଶ ପଟେଲ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ସହାୟତା ରାଶି ଉପରେ ଅସନ୍ତୋଷ ବ୍ୟକ୍ତ କରି ପରିବାର ସଦସ୍ୟ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । କହିଛନ୍ତି ଯେ, ତାଙ୍କୁ ଟଙ୍କା ଦରକାର ନାହିଁ, ଆମେ ସରକାରଙ୍କୁ ୮ ଲକ୍ଷ ଦେବୁ, କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଏହି ମାମଲାରେ ପୋଲିସ କାର ଚାଳକ ତଥ୍ୟ ପଟେଲ, ତାଙ୍କ ପିତା ପ୍ରଜ୍ଞେଶ ପଟେଲ ଏବଂ ତିନି ଝିଅଙ୍କ ସମେତ ୬ ଜଣଙ୍କୁ ଅଟକ ରଖିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *