ଜେଡିୟୁ ପ୍ରବକ୍ତା ନିଖିଳ ମଣ୍ଡଳଙ୍କ ଇସ୍ତଫା

Spread the love

ପାଟନା: ଜେଡିୟୁ ଓ  ଆରଜେଡି ସହ ମୋଟ ୭ ଦଳକୁ ନେଇ ମହା ମେଣ୍ଟକୁ ନେଇ ବିହାରରେ ସରକାର ଗଠନ କରିଛନ୍ତି ନୀତିଶ କୁମାର। କିନ୍ତୁ କୁମାରଙ୍କ ସରକାର ଗଠନର ଦିନ କେଇଟାରେ ଜେଡିୟୁ ପ୍ରବକ୍ତା ନିଖିଳ ମଣ୍ଡଳ ସୋମବାର ନିଜ ପଦରୁ ଦେଇଛନ୍ତି ଇସ୍ତଫା। ଏହି ଇସ୍ତଫା ସେ ବ୍ୟକ୍ତିଗତ କାରଣରୁ ଦେଇଥିବା କହିଛନ୍ତି।

ଜେଡିୟୁ ପ୍ରବକ୍ତା ନିଖିଳ ମଣ୍ଡଳ ପଦରୁ ଇସ୍ତଫା ଦେବା ସହ ଏହାକୁ ବ୍ୟକ୍ତିଗତ କାରଣ କହୁଥିବା ବେଳେ କିନ୍ତୁ ରାଜନୈତିକ ବିଶେଷଜ୍ଞ ଏହାର ଭିନ୍ନ ଆକଳନ କରୁଛନ୍ତି। ଜେଡିୟୁ ଓ ଆରଜେଡି ହାତ ମିଳାଇବା ପରେ ରାଜ୍ୟର ରାଜନୈତିକ ସମୀକରଣ ବଦଳିବା ପରି ମନେ ହେଉଛି। ମଣ୍ଡଳ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଓ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କ ଜଣେ ବଡ ସମାଲୋଚକ ରହିଆସିଛନ୍ତି। ଏବେ ସରକାରରେ ଆଜେଡିର ସମ୍ପୃକ୍ତି ପରେ ଲାଲୁ ସରକାର କାଳୀନ ଓ ପରିବାରର ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ହୁଏତ ସେ ନିଜକୁ ଅସହଜ ମନେ କରୁଛନ୍ତି।

ଏହା ବ୍ୟତୀତ ଅନୁମାନ କରାଯାଉଛି କି, ହୁଏତ ମଣ୍ଡଳଙ୍କୁ ଅନୁଭୂତ ହୋଇଥିଲା କି ୨୦୨୫ ନିର୍ବାଚନରେ ତାଙ୍କୁ ଟିକେଟ ମିଳିବ ନାହିଁ। ହେଲେ ୨୦୨୪ରେ ମଧେପୁରରୁ ଲୋକସଭା ନିର୍ବାଚନ ଲଢିବାର ସମ୍ଭାବନା ରହିଛି। ୨୦୨୦ରେ ନିଖିଳ ମଣ୍ଡଳ ମଧେପୁରାରୁ ବିଧାନସଭା ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନରେ ସେ ଆରଜେଡିର ଡ. ଚନ୍ଦ୍ରଶେଖରଙ୍କଠାରୁ ପରାଜୟ ବରଣ କରିଥିଲେ। ଚନ୍ଦ୍ରଶେଖର ବର୍ତ୍ତମାନ ସରକାରରେ ଶିକ୍ଷାମନ୍ତ୍ରୀ ହୋଇଛନ୍ତି।

ସୂଚନା ମୁତାବକ, ମଣ୍ଡଳ ଗତ କିଛି ମାସ ହେବ ନିଜ ନିର୍ବାଚନ ମଣ୍ଡଳୀକୁ ବାରମ୍ବାର ଗସ୍ତ କରୁଛନ୍ତି, ଯାହାକୁ ନେଇ ଆକଳନ କରାଯାଉଛି କି, ସେ ୨୦୨୪ରେ ମଧେପୁରାରୁ ଲୋକସଭା ନିର୍ବାଚନକୁ ଓହ୍ଲାଇ ପାରନ୍ତି।

Leave a Reply

Your email address will not be published. Required fields are marked *