ଜମ୍ମୁରେ ଜୋଶି ମଠ ସ୍ଥିତି

Spread the love

ଡୋଡା: ଜମ୍ମୁ କାଶ୍ମୀରରେ ବି ଜୋଶି ମଠ ପରି ସ୍ଥିତି। ଜମ୍ମୁର ଡୋଡା ଜିଲ୍ଲାରେରେ ଗାଁ ଦବିବା ସହ ୨୦ରୁ ଅଧିକ ଘର ଓ ଏକ ମସଜିଦରେ ଦେଖାଦେଇଛି ଫାଟ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ।

ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି କି, ଫାଟ ସୃଷ୍ଟି ହୋଇଥିବା ଘରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି ବିଶେଷଜ୍ଞ ମାଟି ଦବିବା ଓ ଘର କାନ୍ଥରେ ହେଉଥିବା ଫାଟକୁ ନେଇ ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଏସମ୍ପର୍କରେ ଡୋଡା ଡେପୁଟି କମିଶନର ବିଶେଷ ମହାଜନ କହିଛନ୍ତି କି, ଆମେ ଲୋକଙ୍କ ନିରାପତ୍ତା ପ୍ରତି ଦୃଷ୍ଟି ଦେଉଛୁ ତଥା କୌଣସି ପ୍ରକାରର ପ୍ରତିକୂଳ ସ୍ଥିତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛୁ।

ଡୋଡାର ତାଥ୍ରୀ ମୁନିପାଲ ଅଧୀନ ନାଇ ବସ୍ତି ଗାଁରେ ପ୍ରାୟ ୫୦ ଘର ରହିଛି। ଜମି ଧସିବା ପରେ ତଦନ୍ତ ଆରମ୍ଭ ସହ ପ୍ରଭାବିତ ପରିବାର ସବୁକୁ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବା ତାଥ୍ରୀ ଏସଡିଏମ ଅଥାର ଅମିନ କହିଛନ୍ତି। ତେବେ ସେଠାରେ ଚାଲିଥିବା ରାସ୍ତା କାମ ସହ ପାଣି ସିପେଜ ପାଇଁ ଏପରି ହେଉଥିବା ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *