ଲାଞ୍ଜିଗଡ: ଆଜି ମାଡିଆ ଦିବସ । ମାଣ୍ଡିଆ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା ର ଅନେକ ଜାଗାରେ ପ୍ରଶାସନ ପକ୍ଷ୍ୟରୁ ମାଣ୍ଡିଆ ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବିଶ୍ଵନାଥପୁର ରେ ମଧ୍ୟ କଳାହାଣ୍ଡି ର ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ମାଣ୍ଡିଆ ଦିବସ ପାଳନ କରାଯାଇଛି । ଏହା ସହ ଜିଲ୍ଲାପାଳ ପି ଅନେଶ୍ୱା ରେଡ୍ଡୀ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମକୁ ଉଧଘାଟନ କରିଥିଲେ । ଏହି ଦିବସରେ ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା ।
ସେହିପରି ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ବର୍ଷ ପାଇଁ ହେକ୍ଟର ପିଛା ୧୦ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ବର୍ଷ ପାଇଁ ହେକ୍ଟର ପିଛା ୨୬ହଜାର ୫ଶହ ଟଙ୍କା ପ୍ରଦାନ କରିବା ପାଇଁ ନେଇଛନ୍ତି ନିଷ୍ପତ୍ତି । ଅତିରିକ୍ତ ୧୧ଟି ଜିଲ୍ଲାର ୩୪ଟି ବ୍ଲକକୁ ଓଡ଼ିଶା ମିଲେଟ ମିଶନକୁ ସମ୍ପ୍ରସାରିତ କରାଯାଇଛି । ଫଳରେ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ ଓଡ଼ିଶା ମିଲେଟ ମିଶନ କାର୍ଯ୍ୟ କରୁଛି । ଅନ୍ୟପଟେ ଦେଖିବାକୁ ଗଲେ ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ମାଣ୍ଡିଆ ଚାଷ ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ବୃହତ ଉଠା ଜଳସେଚନ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରାଯାଇଛି।
ମାଣ୍ଡିଆ ଚାଷ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷ୍ୟରୁ ଅନେକ ଯୋଜନାରେ ମଧ୍ୟ କରାଯାଇଛି ।
କୌଳାଶ ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now