ଆଜି କାର୍ଗିଲ୍ ବିଜୟ ଦିବସ : ୨୪ତମ ବାର୍ଷିକୀ ଅବସରରେ ଲାମୋଚେନ ଦ୍ରାସ ଠାରେ କାର୍ଯ୍ୟକ୍ରମ ଆୟୋଜିତ

Spread the love

ଲାମୋଚେନ (ଦ୍ରାସ) : ଆଜି ଜୁଲାଇ ୨୬ ତାରିଖ । ଏହି ଦିବସକୁ କାର୍ଗିଲ୍ ବିଜୟ ଦିବସ ରୂପେ ପାଳନ କରାଯାଇଥାଏ । ୧୯୯୯ ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ସ୍ମରଣ କରିବା ତଥା ଏହି ବିଜୟ ଦିବସକୁ ପାଳନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ରେ ସାରା ଦେଶରେ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଇଥାଏ । ଏହି ଯୁଦ୍ଧ ସମୟରେ ସାହାସୀ ଭାରତୀୟ ସୈନିକ ମାନେ ପାକିସ୍ତାନୀ ସେନା ଅନୁପ୍ରବେଶକାରୀଙ୍କୁ ପରାସ୍ତ କରିଥିଲେ । ଏହି ଯୁଦ୍ଧ ୬୦ ଦିନରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଥିଲା । ଏବଂ ପାକିସ୍ତାନ ଦ୍ଵାରା ପରିଚାଳିତ ଅଂଶକୁ ଭାରତ ନିଜ ଅଧିନକୁ ଆଣିବା ସହିତ ଯୁଦ୍ଧ ଶେଷ ହୋଇଥିଲା । ଏହି ଯୁଦ୍ଧରେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୫୨୭ ଜଣ ସହିଦ ଯବାନଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇଥାଏ । ୨୪ତମ ବାର୍ଷିକୀ ଅବସରରେ ଲାମୋଚେନ୍ ଦ୍ରାସ ଠାରେ ଗତକାଲି ଏକ କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି । ଏହି ଅବସରରେ କାରଗିଲ୍ ଯୁଦ୍ଧର ବିଭିନ୍ନ ଘଟଣାବଳୀକୁ ନେଇ ଏକ ଡକ୍ୟୁମେଂଟାରୀ ପ୍ରଦର୍ଶିତ ହୋଇଥିଲା ।

Leave a Reply

Your email address will not be published. Required fields are marked *