କର୍ତ୍ତବ୍ୟପଥ ଉଦ୍‌ଘାଟିତ

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସଂଧ୍ୟାରେ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଅନ୍ତର୍ଗତ କର୍ତ୍ତବ୍ୟ ପଥର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ନେତାଜୀଙ୍କ ପ୍ରତିମୂର୍ତ୍ତି ସେହି ସ୍ଥାନରେ ସ୍ଥାପିତ ହୋଇଛି ଯେଉଁଠି ଚଳିତ ବର୍ଷ ଜାନୁଆରୀ ୨୩ରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ଅନାବରଣ ହୋଇଥିଲା। ଗ୍ରାନାଇଟରେ ତିଆରି ଏହି ପ୍ରତିମୂର୍ତ୍ତି ଆମ ସ୍ବତନ୍ତ୍ରତା ସଂଗ୍ରାମରେ ନେତାଜୀଙ୍କ ଅପାର ଯୋଗଦାନ ପାଇଁ ଏକ ଯୁକ୍ତିଯୁକ୍ତ ଶ୍ରଦ୍ଧାଞ୍ଜଳି ଅଟେ ଓ ତାଙ୍କ ପ୍ରତି ଦେଶ ସର୍ବଦା ଋଣୀ ରହିବାର ପ୍ରତୀକ।

ନେତାଜୀ ମୂର୍ତ୍ତି ଅରୁଣ ଯୋଗୀରାଜ ପ୍ରସ୍ତୁତ କରିଛନ୍ତି। ତାଙ୍କ ଦ୍ବାରା ପ୍ରସ୍ତୁତ ୨୮ ଫୁଟ ଉଚ୍ଚତାର ପ୍ରତିମାକୁ ଏକ ଗ୍ରେନାଇଟ ପଥରରେ ତିଆରି କରାଯାଇଛି ଓ ଏହାର ଓଜନ ରହିଛି ପ୍ରାୟ ୬୫ ମେଟ୍ରିକ ଟନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ପରେ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ମଧ୍ୟ ଉଦଘାଟନ କରିଛନ୍ତି, ଯାହାର ନାମ କର୍ତ୍ତବ୍ୟ ପଥ ରଖାଯାଇଛି।

ପୂର୍ବରୁ ଥିବା ରାଜପଥକୁ ବଦଳା ଯାଇ କର୍ତ୍ତବ୍ୟପଥ କରାଯାଇଛି। ଉପନିବେଶିକବାଦର ଚିହ୍ନ ଧାରଣ କରୁଥିଲା ରାଜପଥ, ଯାହାର ଅନ୍ତ ଘଟାଯାଇବାକୁ ପ୍ରଧାନମନ୍ତ୍ରୀଙ୍‌କ ଏହା ଏକ ଉଦ୍ୟମ ବୋଲି ଗତକାଲି କେନ୍ଦ୍ର ରାଜ୍ୟ ମନ୍ତ୍ରୀ ମିନାକ୍ଷୀ ଲେଖି କହିଥିଲେ।

Leave a Reply

Your email address will not be published. Required fields are marked *