ନୂଆଦିଲ୍ଲୀ: ଆଇସିସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଜେଲରୁ ମିଳିପାରେ ମୁକ୍ତ । କୋଚରଙ୍କ ଯୁକ୍ତରେ ସହମତି ପ୍ରକାଶ କରି କୋର୍ଟ ଉଭୟଙ୍କ ଗିରଫଦାରୀକୁ ବେଆଇନ କହିଛନ୍ତି। କୋଚର ଦମ୍ପତି ହାଇକୋର୍ଟଙ୍କୁ ଜଣାଇଥିଲେ କି, ଦୁର୍ନୀତି ନିବାରଣ ଆକ୍ଟର ଧାରା ୧୭୪ ଅନୁଯାୟୀ ଯେକୌଣସି ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଆଇନଗତ ମଞ୍ଜୁରୀ ଆବଶ୍ୟକ କିନ୍ତୁ ଏହି ସେମାନଙ୍କୁ ଗରିଫ ବେଳେ ତାର ଅନୁପାଳନ ହୋଇନାହିଁ।
କୋଚର ଦମ୍ପତି କୋର୍ଟଙ୍କୁ ଜଣାଇଥିଲେ କି, ସେମାନଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ସିବିଆଇ କୌଣସି ମଞ୍ଜୁରୀ ହାସଲ କରି ନାହିଁ । ତେଣୁ ଗିରଫଦାରିକୁ କୋଚର ବେଆଇନ ଦର୍ଶାଇବା ପରେ ବମ୍ବେ ହାଇକୋର୍ଟ ଏହା ଉପରେ ବିଚାର କରି ସହମତି ପ୍ରକାଶ କରିଛନ୍ତି । ହାଇକୋର୍ଟ ଏହାକୁ ବେଆଇନ କହିବା ପରେ ଉଭୟ ଜେଲରୁ ମୁକୁଳିବା ବାଟ ପରିସ୍କାର ହୋଇଛି।
ସୂଚନା ଯୋଗ୍ୟ, ଆଇସିଆଇସିଆଇ ବ୍ୟାଙ୍କ ଚନ୍ଦା କୋଚରଙ୍କ ଅଧ୍ୟକ୍ଷତା କାଳରେ ଭିଡିଓକନ ଗୃପକୁ ୩୨୫୦ କୋଟି ଟଙ୍କା ଋଣ ଦିଆଯାଇଥିଲା। ଯାହାର ୮୭ ପ୍ରତିଶତ ବା ୨୮୧୦ କୋଟି ଟଙ୍କା ପରିଶୋଧ କରି ନ ଥିଲା ଭିଡିଓକନ। ପରେ ଋଣ ଦେଣନେଣରେ କୋଚର ନିଜ କ୍ଷମତାର ଅପବ୍ୟବହାର କରି ଭିଡିଓକନ ସହ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ସିବିଆଇ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ୨୩ ଡିସେମ୍ବରରେ ଗିରଫ କରିଥିଲା। ସେହିପରି ସେହି ମାସରେ ଭିଡିଓକନର ଚେୟାରମ୍ୟାନ ବେଣୁ ଗୋପାଳ ଧୁତଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତଦନ୍ତକାରୀ ସଂସ୍ଥା ସେମାନଙ୍କୁ ନିଜ ହାଜତକୁ ନେଇ ମୁହାଁମୁହିଁ ତଦନ୍ତ ମଧ୍ୟ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now