ମଧ୍ୟପ୍ରଦେଶ : କୁନା ଜାତୀୟ ଉଦ୍ୟାନରେ ଚିତା ଶାବକର ମୃତ୍ୟୁ, ଦୁଇ ମାସରେ ୪ ଚିତା ଜୀବନ ହାରିଲେଣି

Spread the love

ଭୋପାଳ :  ମଙ୍ଗଳବାର ମଧ୍ୟପ୍ରଦେଶରେ କୁନୋ ଜାତୀୟ ଉଦ୍ୟାନରେ ଏକ ଚିତା ଛୁଆର ମୃତ୍ୟୁ ଘଟିଛି । ଦକ୍ଷିଣ ଆଫ୍ରିକା ଦେଶ ନାମିବିଆରୁ ଆଣିଥିବା ମହିଳା ଚିତା ଜ୍ୱାଲା ଦୁଇମାସ ପୂର୍ବରୁ ଚାରି ଛୁଆ ଜନ୍ମ ଦେଇଥିଲା । ଏହି ଛୁଆମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଜଙ୍ଗଲର ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଜସବୀର ସିଂ ଚୌହାନ ଏହି ଛୁଆର ମୃତ୍ୟୁକୁ ନିଶ୍ଚିତ କରିଛନ୍ତି ।

ସେ କହିଛନ୍ତି ଯେ, ମଙ୍ଗଳବାର ଅପରାହ୍ନରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା କୁନୋ ପାର୍କ ମ୍ୟାନେଜମେଂଟର ମନିଟରିଂ ସମୟରେ ଚିତା ଛୁଆ ଅସୁସ୍ଥ ହୋଇପଡ଼ିଥିଲା । ସେ କହିଛନ୍ତି ଯେ, ଜ୍ୱାଲା ଚିତାର ତିନି ଛୁଆ ବର୍ତମାନ ସୁସ୍ଥ ଅଛନ୍ତି ଏବଂ ଜଙ୍ଗଲ ଅଧିକାରୀମାନେ ସେମାନଙ୍କ ଉପରେ ସଜାଗ ରହିଛନ୍ତି ।

Leave a Reply

Your email address will not be published. Required fields are marked *