ମହାରାଷ୍ଟ୍ରରେ ସର୍ବାଧିକ ଆତ୍ମହତ୍ୟା ରେକର୍ଡ

Spread the love

ନୂଆଦିଲ୍ଲୀ: ଭାରତରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ନାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ ବା ଏନସିଆରବିର ତାଜା ରିପୋର୍ଟ  ଅନୁଯାୟୀ ଚଳିତ ବର୍ଷ ଦେଶରେ ଆତ୍ମହତ୍ୟା ଦର ୬.୨% ରହିଛି।  ୨୦୨୧ ରେ ମୋଟ ୧,୬୪,୦୩୩ ଜଣ ଆତ୍ମହତ୍ୟା କରିଛନ୍ତି। ଏହି ସଂଖ୍ୟା ୨୦୨୦ ରେ ୧,୫୩,୦୫୨ ଥିଲା। ୨୦୨୦ ତୁଳନାରେ ୨୦୨୧ ରେ ଭାରତରେ ଆତ୍ମହତ୍ୟା ପରିମାଣରେ ୭.୨ ପ୍ରତିଶତ ବୃଦ୍ଧି ଘଟିଛି। ଆତ୍ମହତ୍ୟା କ୍ଷେତ୍ରରେ ମହାରାଷ୍ଟ୍ର ଆଗରେ ରହିଛି।

ଏନ୍‌ସିଆରବି ତାଜା ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି। ତାମିଲନାଡୁ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଓ ତୃତୀୟ ସ୍ଥାନରେ ରହିଛି ମଧ୍ୟ ପ୍ରଦେଶ । ସାରା ଦେଶରେ ୨୦୨୧ ରେ ୧,୬୪୦୩୩ ଲୋକ ଆତ୍ମହତ୍ୟା କରିଥିବା ବେଳେ ମହାରାଷ୍ଟ୍ରରୁ ୨୨,୨୦୭ ଓ ତାମିଲନାଡୁରୁ ୧୮,୯୨୫ ଲୋକ ଆତ୍ମହତ୍ୟା କରିଥିଲେ।

୨୦୨୧ ରେ ମହାରାଷ୍ଟ୍ରରେ ୨୨,୨୦୭ ସବୁଠାରୁ ଅଧିକ ଆତ୍ମହତ୍ୟା ରେକର୍ଡ ହୋଇଥିବା ବେଳେ ତାମିଲନାଡୁରେ ୧୮,୯୨୫, ମଧ୍ୟ ପ୍ରଦେଶରେ ୧୪,୯୬୫, ପଶ୍ଚିମବଙ୍ଗରେ ୧୩,୫୦୦ ଓ କର୍ଣ୍ଣାଟକରେ ୧୩,୦୫୬ ଆତ୍ମହତ୍ୟା ମାମଲା ରେକର୍ଡ ହୋଇଥିଲା। ଏହି ୫ ରାଜ୍ୟର ଆତ୍ମହତ୍ୟା ଦେଶର ମୋଟ ଆତ୍ମହତ୍ୟା ମାମଲାର ୧୩.୫ପ୍ରତିଶତ, ୧୧.୫ ପ୍ରତିଶତ, ୯.୧ ପ୍ରତିଶତ, ୮.୨ ପ୍ରତିଶତ ଓ ୮ ପ୍ରତିଶତ ରହିଛି। ଏନସିଆରବି ରିପୋର୍ଟ ଅନୁଯାୟୀ, ୫ଟି ରାଜ୍ୟରେ ସାରା ଦେଶରେ ହୋଇଥିବା ଆତ୍ମହତ୍ୟାର ୫୦.୪ ପ୍ରତିଶତ ମାମଲା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *