ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ: ମମତା ମାଗିଲେ କ୍ଷମା

Spread the love

କୋଲକାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଟିଏମସି ମନ୍ତ୍ରୀଙ୍କ ଅଶାଳୀନ ଟିପ୍ପଣୀକୁ ନେଇ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଟିଏମସି ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତିଙ୍କ ବିରୋଧରେ ଦେଇଥିବା ଅଶାଳୀନ  ମନ୍ତବ୍ୟ ଉପରେ ମମତା ମୁହଁ ଖୋଲିଛନ୍ତି। ମମତା କହିଛନ୍ତି, ଅଖିଲ ଗିରିଙ୍କୁ ଏପରି ଟିପ୍‌ପଣୀ ଦେବା ଉଚିତ୍‌ ନଥିଲା।  ମୋ ଦଳ ଆଗରୁ ଭୁଲ ମାଗି ସାରିଛି। ମୁଁ ରାଷ୍ଟ୍ରପତିଙ୍କୁ ସମ୍ମାନ କରେ ବୋଲି ମମତା କହିଛନ୍ତି।  

ରାଷ୍ଟ୍ରପତିଙ୍କ ବିରୋଧରେ ଗିରିଙ୍କ ଅଶାଳୀନ ମନ୍ତବ୍ୟ ପରେ ଦେଶବ୍ୟାପୀ ବିରୋଧର ନିଆଁ ଜଳିଛି। ବିଭିନ୍ନ ଦଳ ପକ୍ଷରୁ ଗିରିଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଦାବି ଜୋର ଧରିଛି। ମନ୍ତ୍ରୀଙ୍କ ଟିପ୍ପଣୀ ମହିଳା ଓ ଆଦିବାସୀ ବିରୋଧ ବୋଲି ବିଜେପି ମମତା ସରକାରକୁ ଟାର୍ଗେଟ କରିଛି। ଏହାକୁ ନେଇ ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  

ମୁଖ୍ୟମନ୍ତ୍ରୀ ମମତା ସର୍ବସାଧାରଣରେ କ୍ଷମା ମାଗିବାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଥିଲେ । ଜାତୀୟ ମହିଳା କମିଶନ ମଧ୍ୟ ଏନେଇ ଅଖିଳଙ୍କୁ ନୋଟିସ କରିଛନ୍ତି। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଶାଳୀନ ଟିପ୍ପଣୀକୁ ନେଇ ପ୍ରଥମେ ପୁଲିସ ପରେ ଅଖିଲ ଗିରିଙ୍କ ବିରୋଧରେ କାଲକାଟା ହାଇକୋର୍ଟରେ ମାମଲା ରୁଜୁ ହୋଇଛି।  ହାଇକୋର୍ଟରେ ଏକ ଜନସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *