ମେଙ୍ଗାଲୁରୁ ଅଟୋ ବିସ୍ଫୋରଣ: ଆଇଏସଆଇଏସ ଲିଙ୍କ

Spread the love

ମେଙ୍ଗାଲୁର: ମେଙ୍ଗାଲୁର ଅଟୋ ବିସ୍ଫୋରଣ ଘଟଣାରେ ଆଇଏସଆଇଏସ ଲିଙ୍କ। ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ଆଇଏସଆଇଏସ ହ୍ୟାଣ୍ଡଲର ସମ୍ପର୍କରେ ଥିବା ଏଡିଜିପି ଆଇନ ଆଲୋକ କୁମାର ସୂଚନା ଦେଇଛନ୍ତି। ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଶାରିକର ଶରୀରର ୪୫ ପ୍ରତିଶତ ପୋଡି ଯାଇଥିଲା।

ଆଲୋକ କୁମାର ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି କି, ଶିବମୋଗ୍ଗାର ତୀର୍ଥହିଲର ଶାରିକ ଏକ ନକଲି ଆଧାରକାର୍ଡ ମାଧ୍ୟମରେ ମୈସୁରରେ ରହୁଥିଲା। ଶାରିକର ମୈସୁର ଘରୁ ବୋମା ତିଆରି ସାମଗ୍ରୀ ମିଳିଥିଲା। ଆଲୋକ କୁମାର ଆହୁରି କହିଛନ୍ତି କି, ତଦନ୍ତରୁ ଜଣାପଡିଛି କି, ଶାରିକ ଆଇଏସଆଇଏସ ବିଚାରଧାରାରେ ଅନୁପ୍ରାଣିତ ଥିଲା। ଡାର୍କ ୱେବ ଜରିଆରେ ଆଇଏସଆଇଏସର ହ୍ୟାଣ୍ଡଲର୍ସଙ୍କ ସହ ସମ୍ପର୍କସ୍ଥାପନ କରୁଥିଲା। ସେପ୍ଟେମ୍ବର ୧୯ରେ ଶାରିକ ନିଜ ଅନ୍ୟ ଦୁଇ ସାଥିଙ୍କ ସହ ଶିବମୋଗ୍ଗାର ତୁଙ୍‌ଗ ଭଦ୍ରା ନଦୀ କଡ ଜଙ୍ଗଲରେ ଟ୍ରାଏଲ ବିସ୍ଫୋରଣ କରିଥିଲା। ୨୦ ତାରିଖରେ ପୁଲିସ ଶାରିକର ସହଯୋଗୀ ମାଜ ମୁନିର ଓ ସୈୟଦ ୟାସିମକୁ ଗିରଫ କରିଥିଲା। କିନ୍ତୁ ପୁଲିସକୁ ଚକମା ଦେଇ ଶାରିକ ସେଠାରୁ ଫରାର ହୋଇଯାଇଥିଲା। ଏହା ପରେ ମୈସୁରରେ ନକଲି ଆଧାରକାର୍ଡ ଜରିଆରେ ଏକ ଘର ଭଡାରେ ନେଇ ବୋମା ପ୍ରସ୍ତୁତିର ଅଭ୍ୟାସ କରୁଥିଲା।

ତେବେ ୧୯ ନଭେମ୍ବରକୁ ଏକ କୁକର ବୋମା ସହ ଅଟୋ ଯୋଗେ ଯାଉଥିବା ବେଳେ କନକନାଡି ଅଞ୍ଚଳରେ ବୋମା ଫାଟିଯାଇଥିଲା ଓ ଏଥିରେ ଶାରିକ ସହ ଡ୍ରାଇଭର ଜଳିଯାଇଥିଲେ। ଶାରିକ ୨୦୨୦ରେ ମଙ୍ଗଲୁରୁ କାନ୍ଥରେ ଦେଶ ବିରୋଧୀ ଲେଖା ଲେଖୁଥିବା ଅଭିଯୋଗରେ ତା ନାମରେ ଏତଲା ହୋଇଥିଲା ଓ ତାକୁ ଗିରଫ କରାଯାଇଥିଲା। ସେ କିଛି ଦିନ ପୂର୍ବରୁ ଜାମିନରେ ବାହାରିଥିଲା।

Leave a Reply

Your email address will not be published. Required fields are marked *