ନାମିବିଆକୁ ମୋଦିଙ୍କ ଧନ୍ୟବାଦ

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର କୁନୋ ନାସନାଲ ପାର୍କରେ ଶନିବାର ଦିନ ଚିତା ବାଘଙ୍କୁ ଛାଡିବା ପରେ ଆଫ୍ରିକାନ ରାଷ୍ଟ୍ର ନାମିବିଆକୁ ସେମାନଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଶୁଭେଚ୍ଛା ଜଣାଇ କହିଛନ୍ତି କି, ବହୁ ଦଶକ ପରେ ଆମ ମାଟିକୁ ଚିତା ଫେରିଛନ୍ତି। ଏହି ଐତିହାସିକ ଦିବସ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି ଓ ନାମିବିଆ ସରକାରର ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଉଛି।

ଚଳିବ ବର୍ଷ ପ୍ରାରମ୍ଭରେ ନାମିବିଆ ସରକାର ସହ ୮ଟି ଚିତା ବାଘ ଆଣିବାକୁ ହୋଇଥିବା ଏମଓୟୁ ଅନ୍ତର୍ଗତ ଏହା ସମ୍ଭବ ହୋଇଛି। ମୋଦି କହିଛନ୍ତି, ଦଶକ ପୂର୍ବରୁ ଜୈବ ବିବିଧତା ଭଙ୍ଗ ହୋଇଥିଲା। ଆଜି ଆମେ ଏହାର ପୁନରୁଦ୍ଧାର ପାଇଁ ଏକ ପଦକ୍ଷେପ ନେଇଛୁ। ଚିତାଙ୍କ ଆଗମନ ଫଳରେ ଜୈବ ସନ୍ତୁଳରେ ସୁଧାର ଆସିବ । ଭାରତର ପ୍ରକୃତି ପ୍ରତି ଥିବା ଭଲପାଇବାକୁ ସୁଦୃଢ କରାଯାଇପାରିବ ବୋଲି ମୋଦି କହିଛନ୍ତି।

ସେ ଆହୁରି କହିଛନ୍ତି, ୧୯୫୨ ମସିହାରେ ଦେଶରେ ଚିତା ବଂଶ ବିଲୋପ ହୋଇଥିବା ଘୋଷଣା ହୋଇଥିଲା। କିନ୍ତୁ ଦଶକ ଦଶକ ପରେ ଏହି ପ୍ରଜାତିର ପୁନଃ ବଂଶବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି। ଦେଶ ଆଜାଦିକା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଦେଶର ମାଟିକୁ ଏହି ବୁଲୁପ୍ତ ପ୍ରଜାତିକୁ ସ୍ବମାଟିରେ ପୁନଃ ଉଦ୍‌ଜୀବତ କରାଯାଉଛି ନୂଆ ଶକ୍ତି ସହ। ଏହା ଦ୍ବାରା ଜଙ୍ଗଲର ଇକୋସିଷ୍ଟମ ସନ୍ତୁଳିତ ହେବ ବୋଲି ମୋଦି କହିଛନ୍ତି ।

Leave a Reply

Your email address will not be published. Required fields are marked *