ପାଣି ପାଇଁ ଡହଲ ବିକଲ ସାରା ରାଜ୍ୟ । ମୌସୁମୀ ଋତୁରେ ନଦଜୀ ଜଳ ବୋହି ଚାଲିଯାଉଛି ସମୂଦ୍ରକୁ । ହେଲେ ଅଣ ମୌସୁମୀ ଋତୁରେ ସମସ୍ତ ନଦୀର ଜଳ ସ୍ତର କମିବାରେ ଲାଗିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହୋଉଛି ମହାନଦୀର ଜଳସ୍ତର ହ୍ରାସ ଯୋଗୁଁ ରାଜ୍ୟରେ ଅଧିକାଂଶ ଜିଲ୍ଲା ପ୍ରଭାବିତ ହୋଇଛି ।
ଅଣ ମୌସୁମୀ ଋତୁରେ ମହାନଦୀର ଜଳ ସ୍ତର ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି । ମହାନଦୀର ଉପର ମୁଣ୍ଡରେ ଛତିଶଗଡ ସରକାର ୫୧୬ଟି ଆନିକଟ , ୨୦ଟି ମଧ୍ୟମ ଧରଣର ଡ୍ୟାମ , ୧୦ଟି ବଡ ଡ୍ୟାମ ନିର୍ମାଣ କରି ମହାନଦୀର ଜଳକୁ ଚଞ୍ଚକତା କରି ଗଚ୍ଛିତ କରିଛି । ଆଉ ୭ ଟି ପ୍ରକଳ୍ପର କାମ ଜାରି ରହିଛି । ଯେଉଁଥି ପାଇଁ ଅଣ ମୌସୁମୀ ଋତୁରେ ତଳ ମୁଣ୍ଡରେ ଜଳ ସ୍ତର ହ୍ରସ ପାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହୋଉଛି ନଦୀ ଜଳ ସଂରକ୍ଷଣ ପାଇଁ ବିଭାଗ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ।
ଆହୁରି ସାଂଘାତିକ କଥା ହେଉଛି ଜଳ ସମ୍ପଦ ବିଭାଗ ପାଇଁ ବଜେଟରେ ଯେଉଁ ବ୍ୟବସ୍ଥା ହେବା କଥା ତାହା ହୋଇନଥିବାରୁ ଉଦବେଗ ପ୍ରକାଶ କରିଛି ବିଧାନସଭା ଷ୍ଟିଣ୍ଡିଂ କମିଟି ।
ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବାକୁ ଯୁକ୍ତି ସଂଗତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଛତିଶଗଡ଼ ତା ଜାଗାରେ ବ୍ୟାରେଜ କରି ପାଣି ନେଉଛି । ଏଥିରେ ଭୁଲ କେଉଁଠି ରହିଲା । କାହିଁକି ତାଙ୍କୁ ଦୋଷ ଦିଆଯାଉଛି ବୋଲି ମନ୍ତ୍ରୀ ଓଲଟା ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ଏଭଳି ସମସ୍ୟା ସୃଷ୍ଟି ହୋଇଛି ।
ରାଜ୍ୟ ସରକାର ପାଣି ଅଟକାଇବା ପାଇଁ ତଳ ମୁଣ୍ଡରେ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିରୋଧୀ କଂଗ୍ରେସ । ଅପରପକ୍ଷରେ ଏହାକୁ ଦୁଭାଗ୍ୟ ଜନକ ବୋଲି କହିଛି ବିଜେଡି । ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ିବା କଥା। ଓଡିଶା କିପରି ପାଣି ପାଇବ ସେଥିପାଇଁ ଲଢ଼ିବା ଆବଶ୍ୟକ। କୋର୍ଟ ରେ ମାମଲା ବିଚାରାଧିନ ରହିଛି ବୋଲି କହିଛି ବିଜେଡି । ମହାନଦୀ ପ୍ରସଙ୍ଗରେ ଥମିବାର ନାଁ ଧରୁନି ରାଜନୀତି । ମହାନଦୀକୁ ପ୍ରସଙ୍ଗ କରି ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବା ବେଳେ ଏବେ କେନ୍ଦ୍ର କୋର୍ଟକୁ ବଲ ଗଡାଇଛି ଶାସକ ବିଜେଡି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now