୪ ଦିନ ପୂର୍ବରୁ ଶେଷ ମୌସୁମୀ ଅଧିବେଶନ

Spread the love

ନୂଆଦିଲ୍ଲୀ: ସୋମବାର ଦିନ ଧାର୍ଯ୍ୟ ତାରିଖରୁ ୪ ଦିନ ପୂର୍ବରୁ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଚଳିତ ଅଧିବେଶନ ୧୮ ଜୁଲାଇରୁ ଆରମ୍ଭ ହୋଇଥବବା ବେଳେ ଚଳିତ ସପ୍ତାହର ଶେଷ ଭାଗରେ ଶେଷ ହୋବୁ ଥିଲା । କିନ୍ତୁ ଅଗଷ୍ଟ ୧୨ ତାରିଖରେ ଗୃହକୁ ଶେଷ କରିବାକୁ ନିଷ୍ପତ୍ତି ପରେ ଉଭୟ ଗୃହକୁ ସାଇନ ଡାଇ ଘୋଣୋ କରାଯାଇଛି। ଆଜି  ରାଜ୍ୟ ସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କୁ ଗୃହରେ ଫ୍ୟାରୱେଲ ଦିଆଯାଇଥିଲା।  ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ଓ ଅନ୍ୟ ବରିଷ୍ଠ ନେତାଗଣ ଉପସ୍ଥିତ ଥିଲେ। ଆସନ୍ତା ବୁଧବାର ଦିନ ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବାକୁ ହାଉଥିବା ବେଳେ ଅଗଷ୍ଟ ୧୧ରେ ତାଙ୍କ ସ୍ଥାନରେ ଜଗଦୀପ ଧନକଡ ଶପଥ ନେବାକୁ ଯାଉଛନ୍ତି।

ଅନୁଷ୍ଠିତ ଫ୍ୟାରୱେଲରେ ରାଜ୍ୟ ସଭା ଅଧ୍ୟକ୍ଷ ଓ ଦେଶର ଉପରାଷ୍ଟ୍ରପତି ଭାବେ ନାଇଡୁଙ୍କ ଦକ୍ଷତାର ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ଏଥିସହ ବିଧାୟକ, ସାଂସଦ ଓ ମନ୍ତ୍ରୀ ଭାବେ ନାଇଡୁଙ୍କ କାର୍ଯ୍ୟଦକ୍ଷତାକୁ ସ୍ମରଣ କରିବା ସହ ତାଙ୍କ ପରି କାର୍ଯ୍ୟ କରିବାର ଆଗ୍ରହ ରଖିବାକୁ ଆଜିର ଯୁବପିଢିଙ୍କୁ ଆହ୍ବାନ ଦେଇଥିଲେ ମୋଦି। ତାଙ୍କ ପରି ନିଷ୍ଠା, ଆଗ୍ରହ, ଧୈର୍ଯ୍ୟର ସହ କାର୍ଯ୍ୟ କଲେ ସେମାନେ ସଫଳ ହୋଇପାରିବେ ବୋଲି ମୋଦି କହିଥିଲେ। ତାଙ୍କ କାର୍ଯ୍ୟକାଳରେ ଗୃହର କାର୍ଯ୍ୟ ଦକ୍ଷତାରେ ୭୦ ପ୍ରତିଶତ ବୃଦ୍ଧି ଘଟିଛି। 

Leave a Reply

Your email address will not be published. Required fields are marked *