ପଦ ଛାଡିଲେ ମୁଖ୍‌ତାର

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମୁଖ୍‌ତାର ଅବାସ ନକବି ଅଳ୍ପସଂଖ୍ୟକ ବିଭାଗରୁ ବୁଧବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ପୂର୍ବରୁ ନକ୍‌ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ନକବି ଆଜି  ତାଙ୍କ ଶେଷ କ୍ୟାବିନେଟ ବୈଠକରେ ସାମିଲ ହୋଇଛନ୍ତି। ଏହି ବୈଠକରେ ପିଏମ ମୋଦି ମନ୍ତ୍ରୀ ଭାବେ ନକବିଙ୍କ ଯୋଗଦାନର ଭୁରି ଭୁରି ପ୍ରଶଂସା କରିଛନ୍ତି। ଷ୍ଟିଲ ମନ୍ତ୍ରୀ ଆରସିପି ସିଂହଙ୍କ ପାଇଁ ଆଜି ବୈଠକ ବସିଥିଲା।

ନକବିଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମ ଚର୍ଚ୍ଚାକୁ ଆସିଛି। ଆଗକୁ ଜୁଲାଇ ୧୮ରେ ରାଷ୍ଟ୍ରପତି ହେବାକୁ ଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ପରବର୍ତ୍ତୀ ସମୟରେ ହେଉଛି। ନିର୍ବାଚନ ପୂର୍ବରୁ ନକବିଙ୍କ ଇସ୍ତଫା ପରେ ତାଙ୍କୁ ଏନଡିଏ ମୈଦାନକୁ ଓହ୍ଲାଇବାକୁ ଯାଉଥିବା ଚର୍ଚ୍ଚା ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *