ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

Spread the love

ନୂଆଦିଲ୍ଲୀ: ସପା ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ଡାକ୍ତରୀ ଟିମର ନିରୀକ୍ଷଣରେ ମୁଲାମୟ ରହିଛନ୍ତି। ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରେ ଲାଗଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ବିଭିନ୍ନ ସ୍ଥାନରେ ତାଙ୍କ ଆରୋଗ୍ୟ କାମନା କରି ପୂଜା ପାଠ ଆରମ୍ଭ ହୋଇ ଯାଇଛି।

କିଛି ଦିନ ତଳେ ତାଙ୍କ ସ୍ବାସ୍ଥ ବିଗିଡିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ଆଇସିୟୁକୁ ସିପ୍ଟ କରାଯାଇଥିଲା। ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ସେ ମେଦାନ୍ତାରେ ଚିକିତ୍ସିତ ହୋଇ ଆସୁଥିଲେ। ତାଙ୍କୁ ଦେଖିବାକୁ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପି ଚୌଟାଲା ହସ୍ପିଟାଲକୁ ଯାଇ ସେଠାରେ ଡାକ୍ତରଙ୍କ ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଗତକାଲି ମୋଦି ଅଖିଳେଶଙ୍କୁ ଫୋନ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ସେହିପରି କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ , କଂଗ୍ରେସ ନେତା  ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଖିଲେଶ ୟାଦବଙ୍କ ସହ ଯୋଗଯୋଗ କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ଓ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।  

Leave a Reply

Your email address will not be published. Required fields are marked *