ମୁଲାୟମଙ୍କ ସ୍ବାସ୍ଥ୍ୟ ଗୁରୁତର, ଆଇସିୟୁରେ ଭର୍ତ୍ତି

Spread the love

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟ ଗୁରୁତର। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିବା ବେଳେ ରବିବାର ଦିନ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଥିଲା।

ରବିବାର ଦିନ ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ସେ କିଛି ଦିନ ହେବ ମେଦାନ୍ତରେ ହିଁ  ଚିକିତ୍ସିତ ହେଉଛନ୍ତି। ଡାକ୍ତର ସୁଶୀଲ କଟାରିଆଙ୍କ ନିରୀକ୍ଷଣରେ ରହିଛନ୍ତି। ତାଙ୍କ ଅସୁସ୍ଥତା ଖବର ପାଇ ଅଖିଳେଶ ଯାଦବ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ମୁଲାୟମଙ୍କୁ ଦେଖିବାକୁ ଶିବପାଲ ସିଂହ ଯାଦବ ମଧ୍ୟ ହସ୍ପିଟାଲ ଯାଇଛନ୍ତି।

Leave a Reply

Your email address will not be published. Required fields are marked *