ଜେଲରୁ ମୁକୁଳିଲେ ନଳିନୀ

Spread the love

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ସମସ୍ତ ୬ ଜଣ ଦୋଷୀଙ୍କ ମଧ୍ୟରୁ ନଳିନୀ ଶ୍ରୀହରନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ୩୧ ବର୍ଷର କାରାଦଣ୍ଡ ପରେ ଶନିବାର ଭେଲୋର ଜେଲରୁ ବାହାରିଛନ୍ତି ନଳିନୀ।  ସୁପ୍ରିମକୋର୍ଟ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ୬ ଜଣ ଦୋଷୀଙ୍କୁ  ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ସରିଥିଲା  ନଳିନୀଙ୍କ ପାରୋଲ କାଳ। ସେ ଭେଲୋର ଜେଲକୁ ଫେରିଯାଇଥିଲେ। ଏହା ପରେ ସମସ୍ତ ଫର୍ମାଲିଟି ପୂରଣ କରାଯାଇଥିଲା।

ମେ ମାସରେ ରାଜୀବଙ୍କ ସପ୍ତମ ଦୋଷୀ ପେରାରୀବଲନଙ୍କୁ କୋର୍ଟ ସମ୍ବିଧାନର ଧାରା ୧୪୨ରେ ନିଜର ଅତିରିକ୍ତ କ୍ଷମତା ବଳରେ ସଜା ମୁକ୍ତି କରିଥିଲେ। ଏହା ପରେ ନଳୀନ, ତାଙ୍କ ସ୍ୱାମୀ ମୁରୁଗାନ, ସନ୍ଥନ, ଜୟକୁମାର, ରବିଚନ୍ଦ୍ରନ ଏବଂ ରୋବର୍ଟ ପାୟସ ସେମାନଙକୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଗୁହାରୀ କରିଥିଲେ। ଗତକାଲି ସୁପ୍ରିମକୋର୍ଟ ନଳିନୀଙ୍କ ସମେତ ଅନ୍ୟ ୬ ଜଣଙ୍କୁ ମୁକ୍ତ କରିଥିଲେ।

ସୂଚନା ଥାଉ କି ରାଜୀବ ଗାନ୍ଧୀ ମେ ୨୧,୧୯୯୧ରେ ତାମିଲନାଡୁର ଶ୍ରୀପେରୁମୁଦୁରରେ ଏକ ନିର୍ବାଚନୀ ପ୍ରଚାର କାଳରେ ଏକ ଆତ୍ମଘାତୀ ବିସ୍ଫୋରଣରେ ଶ୍ରୀଲଙ୍କାର ଏଲଟିଟିଇ ହତ୍ୟା କରିଥିଲା। ଏହି ବିସ୍ଫୋରଣରେ ରାଜୀବଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୭ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ସୁପ୍ରିମ କୋର୍ଟ ୨୦୧୪ରେ ସେମାନଙ୍କର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

ସେପଟେ, ପୂର୍ବରୁ ରାଜୀବଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ସୋନିଆ ଗାନ୍ଧୀ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ଗତକାଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ଏହାକୁ ବିରୋଧ କରିଛି।

Leave a Reply

Your email address will not be published. Required fields are marked *