ଲାଂଚ ନେବା ମାମଲାରେ ଅନୁଗୁଳ ତହସିଲ ଅଫିସର ପୂର୍ବତନ କନିଷ୍ଠ କିରାଣିଙ୍କୁ ଦଣ୍ଡାଦେଶ

Spread the love

ଭୁବନେଶ୍ୱର : ଅନୁଗୁଳର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ଏକ ଲାଂଚ ନେବା ମାମଲାରେ ଅନୁଗୁଳ ତହସିଲ ଅଫିସର ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ୱାଳଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ତାଙ୍କୁ ୩ ବର୍ଷ ପାଇଁ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା ଆଦାୟ ଲାଗି ନିର୍ଦେଶ ଦେଇଛନ୍ତି । 

ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦୁଇଟି ଜମିପଟ୍ଟା ମ୍ୟୁଟେସନ୍ ମାମଲାରେ ଫାଇଲ ପ୍ରକ୍ରିୟାକରଣ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଂଚ ମାଗିବା ଏବଂ ଗ୍ରହଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୩ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ନ ଦେଲେ ୨ ମାସ ଲାଗି ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *