ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ ସେନା ହେଲିକପ୍ଟର

Spread the love

()  ଭାରତୀୟ ନୌସେନାର ଏକ ହେଲିକପ୍ଟର ନିୟମିତ ଉଡାଣ ଅଭିଯାନରେ ଯାଇଥିବା ବେଳେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ସେଥିରେ ଥିବା ୩ କ୍ରିଉ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୁମ୍ବାଇ କୋଷ୍ଟ ନିକଟରେ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଥିଲା।

ବୁଧବାର ଭାରତୀୟ ନୌସେନାର ଏକ ଆଡଭାନ୍ସ ଲାଇଟ ହେଲିକେପ୍ଟର  ମମ୍ୱାଇ କୋଷ୍ଟ ପାଖରେ ରୁଟିନ୍ ଫ୍ଲାଇଙ୍ଗ ମିଶନରେ ବାହାରିଥିଲା। ହେଲେ ହଠାତ୍ ମୁମ୍ୱାଇ କୋଷ୍ଟରେ ଏହାକୁ ଜରୁରୀକାଳୀନ ଅବତରଣ କରିଥିଲା। ଅବଶ୍ୟ ଏଥିରେ କାହାର କୌଣସି କ୍ଷତି ହୋଇନି। ହେଲିକପ୍ଟରରେ ଥିବା ୩ ଜଣ କ୍ରିଉ ମେମ୍ୱରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ନାଭାଲ ପାଟ୍ରୋଲିଂ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରି ନିରାପଦ ଭାବେ ସମସ୍ତଙ୍କୁ ଉଦ୍ଧାର କରିଥିଲା।

ତେବେ କେଉଁ ପରିସ୍ଥିତିରେ ଏଭଳି ଜରୁରୀ ଅବତରଣ କରିବାକୁ ପଡ଼ିଲା, ତାହାର ତଦନ୍ତ ନିର୍ଦେଶ ଦିଆଯାଇଛି। ଚୋପରଟି କେଉଁଥି ଲାଗି ଦୁର୍ଘଟଣାଗ୍ରସ୍ତ ହେଲା, ତାହାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *