ପ୍ରକାଶ ପାଇଲା ନିଟ ଫଳାଫଳ

ନୂଆଦିଲ୍ଲୀ:  ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନିଟ ୨୦୨୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଦ୍ଵାରା ଘୋଷିତ ପରୀକ୍ଷା ଫଳ ଅନୁଯାୟୀ ସର୍ବ ଭାରତରେ ରାଜସ୍ଥାନର ତାନିଷ୍କ ଟପର ହୋଇଛନ୍ତି। ତେବେ ଓଡ଼ିଶାରୁ ସୋମଦତ୍ତ ନାୟକ ଟପର ହୋଇଥିବା ବେଳେ ସର୍ବଭାରତୀୟସ୍ତରରେ ୩୯ ସ୍ଥାନରେ ରହିଛନ୍ତି। ସୋମଦତ୍ତ ୯୯.୯୯ % ନମ୍ବର ସ୍କୋର କରିଛନ୍ତି।  

ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ମେଡିକାଲ ଆଶାୟୀ ପରୀକ୍ଷାର୍ଥୀ ନିଟ ପରୀକ୍ଷା ଦେଇଥିବା ବେଳେ ଆଜି ପରୀକ୍ଷା ଫଳ  ପ୍ରକାଶ ପାଇଛି। ଚଳିତ ବର୍ଷ ୮୨୨ ଜଣ ଓଡ଼ିଆ ଭାଷାରେ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ। ଅନ୍ୟପଟେ ଓଡ଼ିଶା ରୁ ୪୪ ହଜାର ୯୪୭ ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିବା ବେଳେ ସେମନଙ୍କର ମଧ୍ୟରୁ ୪୩ହଜାର ୮୦ ଜଣ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୨୬ ହଜାର ୨୭୯ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଦେଶରେ ୧୦ ଜଣ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ସ୍ଥାନ ପାଇଛନ୍ତି। ଦ୍ୱିତୀୟ ସ୍ଥାନରେ ପ୍ରିତମ ଗୋଛାୟତ ଓ ୫ ସ୍ଥାନରେ ଚନ୍ଦନ ଦାସ ରହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *