ଓଡ଼ିଶା

ମା ବିରଜାଙ୍କ ବନଜାଗ ଯାତ୍ରା ଅନୁଷ୍ଠିତ

ଯାଜପୁର: ଯାଜପୁରର ପ୍ରସିଦ୍ଧ  ମା ବିରଜାଙ୍କ ମନ୍ଦିରରେ ବନଜାଗ ଯାତ୍ରା ବେଶ ଜାକଜମକରେ ଅନୁଷ୍ଠିତ । ପରମ୍ପରା ଅନୁଯାୟୀ ପବିତ୍ର ସୁନିଆଁରୁ ଏହି ଯାତ୍ରା ଆରମ୍ଭ ହୋଇଥାଏ ।

ସୁନିଆରୁ ଆରମ୍ଭ ହୋଇଥିବା ବନଜାଗ ଯାତ୍ରା ମା ବିରଜାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଛି। ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଥାଏ । ସଂଧ୍ୟାରେ ବଳି ମଣ୍ଡପରେ ବିଧି ମୂତାବକ ସାବିତ୍ରୀ ଓ ସରସ୍ୱତୀଙ୍କ ଆହ୍ୱାନରେ ପୂଜା କାର୍ଯ୍ୟ କରାଯିବ। ପୂଜା ପରେ ଦେବୀଙ୍କ ସିଁହଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି ।

ଚଳିତ ବର୍ଷ ପାରମ୍ପରିକ ରୀତି ନୀତି ଅନୁଯାୟୀ ହାଟପାଟଣା ଗାଁର ବୃନ୍ଦାବନ ସେନାପତିଙ୍କ ବାଡିରୁ କାଷ୍ଠ ସଂଗ୍ରହ କରାଯାଇଛି । ସୁନିଆଁ ପର ଦିନ ଠାରୁ ମା’ ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି ବୋଲି ମୁଖ୍ୟ ସେବାୟତ କହିଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟର ସୁବନ୍ଦୋବସ୍ତ କରାଯାଇଛି ।

Leave a Reply

Your email address will not be published.

Back to top button