ଜ୍ଞାନବାପୀ ମସଜିଦ ମାମଲାର ଆସନ୍ତା ୧୪ରେ ପରବର୍ତ୍ତୀ ଶୁଣାଣି

ବାରାଣସୀ:  ବାରାଣସୀସ୍ଥିତ ଜ୍ଞାନବାପୀ ମସଜିଦର ତଥାକଥିତ ଶିବଲିଙ୍ଗର ବୈଜ୍ଞାନିକ ଯାଞ୍ଚକୁ ନେଇ ମୁସଲମାନ ପକ୍ଷର ଅଞ୍ଜୁମନ ଇନ୍ତଜାମିୟା ମସଜିଦ କମିଟି ନିଜ ପକ୍ଷ ଉପସ୍ଥାପନ କରିଛି। ମୁସଲମାନ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଅକ୍ଟୋବର ୧୪ରେ ରାୟ ଶୁଣାଇବେ। ଗତ ୭ ତାରିଖରେ ମସଜିଦସ୍ଥିତ ଶିବଲିଙ୍ଗର କାର୍ବନ ଡେଟିଂ ଓ ବୈଜ୍ଞାନିକ ଯାଞ୍ଚ ପାଇଁ ହିନ୍ଦୁ ପକ୍ଷ ଅପିଲ କରିଥିଲା।

ହିନ୍ଦୁ ପକ୍ଷର ଏହି ଦାବି ପରେ ମୁସଲମାନ କମିଟି ପକ୍ଷରୁ କୁହାଯାଇଛି କି, ଆମେ ଏଥିପାଇଁ ପ୍ରସ୍ତୁତ ନ ଥିଲୁ। ଆମେ ଆଜି କୋର୍ଟଙ୍କ ଅର୍ଡର ଶୁଣିବାକୁ ଆସିଥିଲୁ, କିନ୍ତୁ ଯଦି ଯାଞ୍ଚ ପାଇଁ ଦାବି ହୋଇଛି ତେବେ ଏଥିପାଇଁ ଆମ ପକ୍ଷ ରଖିବାକୁ ସମୟ ଦିଆଯାଉଛି। ଏଥିପାଇଁ ମୁସଲମାନ ପକ୍ଷରୁ କୋର୍ଯ ୧୧ ତାରିଖ ପର୍ଯ୍ୟନ୍ତର ସମୟ ଦେଇଥିଲେ।

ଗତ ଶୁଣାଣି କାଳରେ ହିନ୍ଦୁ ପକ୍ଷରୁ ଓକିଲ ହରିଶଙ୍କର ଜୈନ କହିଥିଲେ କି, ଜିଲ୍ଲା କୋର୍ଟ ସମ୍ମୁଖରେ ଆମେ  ଜ୍ଞାନବାପୀ ପରିସରର ସମସ୍ତ ଦୃଶ୍ୟ ଓ ଅଦୃଶ୍ୟ ଦେବତାମାନଙ୍କୁ ଦର୍ଶନ ପୂଜନ ଅଧିକାର ମାଗିଥିଲୁ। ପରିସରରେ ଥିବା ବଜୁଖାନେର ପାଣି ବାହାର କରିବା ପରେ ଶିବଲିଙ୍ଗ ପ୍ରକଟ ହୋଇଥିଲା।

ସେପଟେ କାର୍ବନ ଟେଡିଂ ସମ୍ପର୍କରେ ଜୈନ ପକ୍ଷ କହିଛି, କିଛି ଲୋକଙ୍କ ଭିତରେ ଭ୍ରାନ୍ତ ଧାରଣା ରହିଛି କି, କାର୍ବନ ଡେଟିଂ ଦ୍ବାରା ଶିବଲିଙ୍ଗକୁ କ୍ଷତି ପହଞ୍ଚିପାରେ। ତେଣୁ ଆମେ କୋର୍ଟଙ୍କ ସମ୍ମୁଖରେ ତାର କାର୍ବନ ଡେଟିଂ ପାଇଁ ଦାବି କରିଛୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *