ମହାରାଷ୍ଟ୍ରରେ ଆଇଏସଆଇଏସ ସହିତ ଜଡ଼ିତ ୪ ସନ୍ଦିଗ୍ଧଙ୍କୁ ଗିରଫ କଲା ଏନଆଇଏ

Spread the love

ମୁମ୍ବାଇ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମହାରାଷ୍ଟ୍ରରେ ସକ୍ରିୟ ଥିବା ଆଇଏସଆଇଏସ ମାଡ୍ୟୁଲକୁ ଧ୍ଵସ୍ତ କରିବା ସହ ଏଥି ସହିତ ଜଡ଼ିତ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ସ୍ଥାନୀୟ ପୋଲିସର ସହଯୋଗରେ ଏନଆଇଏ ମଙ୍ଗଳବାର ସକାଳ ଠାରୁ ମୁମ୍ବାଇ, ଥାନେ ଏବଂ ପୁଣେରେ ଚଢ଼ଉ ଆରମ୍ଭ କରିଛି । ଏହି ଚଢ଼ଉ ବେଳେ ବିପୁଳ ପରିମାଣର ଡିଜିଟାଲ ତଥ୍ୟକୁ ମଧ୍ୟ ଜବତ କରିଛି ଏନଆଇଏ ।

ଏନଆଇଏ ସୂତ୍ରରୁ ପ୍ରାପ୍ତ ସୂଚନା ପ୍ରକାରେ, ମହାରାଷ୍ଟ୍ରରେ ଆଇଏସଆଇଏସ ସମ୍ପର୍କରେ ମିଳିଥିବା ସୂଚନା ଆଧାରରେ ମୁମ୍ବାଇ, ଥାନେ ଏବଂ ପୁଣେରେ କେତେକ ସ୍ଥାନରେ ଚଢ଼ଉ କରିଛି ଏନଆଇଏ । ଏହି ସମୟରେ ମୁମ୍ବାଇର ନାଗପାଡ଼ା ଅଞ୍ଚଳ ସେତାବିଶର ନାସିର ସିଦ୍ଦିକ, ପୁଣେ ସ୍ଥିତ କୋଣ୍ଡବାରୁ ଜୁବୈର ନୁର ମହମ୍ମଦ ଶେଖ ଓରଫ ଅବୁ ନୁସୈବା, ଥାନେ ସ୍ଥିତ ପଣ୍ଡଘାରୁ ଶରଜିଲ ଶେଖ ଏବଂ ଜୁଲଫିକର ଅଲ୍ଲୀ ବଡୌଦାବାଲାକୁ ଧରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ଆଇଏସଆଇଏସ ମାଡ୍ୟୁଲ ମାମଲାରେ ୨୮ ଜୁନ୍ ରେ ରୁଜ୍ଜୁ ହୋଇଥିବା ମାମଲାକୁ ଭିତି କରି ଏନଆଇଏ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *