ତାମିଲନାଡୁର ୨୪ ସ୍ଥାନରେ ଚଢ଼ଉ କଲା ଏନଆଇଏ

Spread the love

ଚେନ୍ନାଇ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ରବିବାର ତାମିଲନାଡ଼ୁରେ ୨୪ଟି ସ୍ଥାନରେ ଚଢ଼ଉ କରିଛି । ୨୦୧୯ରେ ଘଟିଯାଇଥିବା ପିଏମକେ ନେତା କେ. ରାମଲିଙ୍ଗନ ହତ୍ୟା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତିରୁନେଲବେଲି ଜିଲ୍ଲାରେ ସୋଶିଆଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆ (ଏସଡିପିଆଇ) ନେତା ମୁବାରକଙ୍କ ଘରେ ଚଢ଼ଉ କରିଛି ଏନଆଇଏ । ଏଠାରେ ଉଲ୍ଲେଖଯୋଗ୍ୟ, ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଅନେକ ଥର ତାମିଲନାଡୁରେ ଚଢ଼ଉ କରିଛି ଏନଆଇଏ ।

Leave a Reply

Your email address will not be published. Required fields are marked *