ଜମ୍ମୁ-କାଶ୍ମୀରର କେତେକ ଅଂଚଳରେ ଏନଆଇଏର ଚଢ଼ଉ

Spread the love

ଜମ୍ମୁ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସୋମବାର ଜମ୍ମୁ-କାଶ୍ମୀରର ଶ୍ରୀନଗର, ସୋପିୟାଂ, ପୁଲୱାମା, ଅନନ୍ତନାଗ ଏବଂ କୁଲଗାମର କେତେକ ସ୍ଥାନରେ ଚଢ଼ଉ କରିଛି । ବିଭାଗୀୟ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଏହି ଚଢ଼ଉ ଟେରର ଫଣ୍ଡିଂ ଏବଂ ଅନ୍ୟ ଆତଙ୍କବାଦୀ ଗତିବିଧି ସମ୍ପର୍କରେ ସୂଚନା ପାଇ ଚଢ଼ଉ କରାଯାଇଛି ।

ସୂଚନା ଅନୁଯାୟୀ, କେତେକ ସ୍ଥାନରେ ଜମାତ -ଏ-ଇସଲାମି ସହିତ ଜଡ଼ିତ ଲୋକଙ୍କ ଘରଗୁଡିକୁ ତଲାସୀ କରାଯାଉଛି । ଏନଆଇଏର ଟିମ୍ ସୋପିୟାଂର ବାଚି ଅଂଚଳ, ପୁଲୱାମା ଜିଲ୍ଲାର ନେହାମା, ଲିଟର ଅଂଚଳ, କୁଲଗାମ ଜିଲ୍ଲାର ଫ୍ରେସଲ ଅଂଚଳ ଏବଂ ଅନନ୍ତନାଗ ଜିଲ୍ଲାର ଅଛାବଳ ଅଂଚଳରେ ଚଢ଼ଉ କରିଛି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ । 

Leave a Reply

Your email address will not be published. Required fields are marked *